ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ରାଜଧାନୀ ଭୁବନେଶ୍ୱର ମାଡିବାରେ ଲାଗିଛି ମହାମାରୀ କରୋନା । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୬ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କମ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ ୨୨ ଜଣ ପଜେଟିବ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱରାଣ୍ଟାଇନର ହୋଇଥିବା ବେଳେ ୧୯ଟି ସ୍ଥାନୀୟ ବାସୀନ୍ଦା ରହିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୨୦ ଜଣ କରୋନା ଆକ୍ରାନ୍ତା ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ନଜର ପକାଇବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି
• ଆଜି ଚନ୍ଦ୍ରଶେଖରପୁର ମାଲଟି ବିହାର ନିକଟରୁ ଜଣେ ୨୮ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ସେ କଲିକିାରୁ ଫେରି ହୋମ୍ କ୍ୱରାଣ୍ଟାଇନରେ ଥିଲେ ।
• ସେହିପରି ଜଣେ ୨୯ ବର୍ଷୀୟ ପୁରୁଷ ରେଲୱେ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିଲେ ।
• ସେହିଭଲି ଭିଏସଏସ ନଗରରୁ ଜଣେ ୨୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ସେ ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ହୋମ୍ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଏକ ଘୋରୋଇ ହସ୍ପିଟାଲର ୧୬ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ ଅଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ପଜେଟିଭଙ୍କ ସଂସ୍ପର୍ଶରେ ଏମାନେ ଆସିଥିଲେ ।
• ସେହିଭଲି ଚନ୍ଦ୍ରଶେଖରପୁର ନିଲାଦ୍ରିବିହାରରୁ ଗୋଟିଏ ପରିବାରର ଦୁଇ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୩୯ ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୩୪ ବର୍ଷୀୟ ମହିଳା ଅଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ପଜେଟିଭଙ୍କ ସଂସ୍ପର୍ଶରେ ଏମାନେ ଆସିଥିଲେ ।
• ସେହିପରି ଶୈଲେଶ୍ରୀ ବିହାରରୁ ଜଣେ ୬୫ ବର୍ଷୀୟ ବୃଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି ।
• ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୩ଟି ସକ୍ରିୟ କେସ୍ ରହିଛି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ ହଜାର ୭୫୨ ଜଣ ସୁସ୍ଥ ହୋଇଛନ୍ତି ।