ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରମାଗତ ଭାବେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ବି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ଦର ୧୬ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ ଲିଟର ପିଛା ଦର ୧୪ ପଇସା ବୃଦ୍ଧି ହୋଇଛି । ଯାହାଫଳରେ ଏବେ ପେଟ୍ରୋଲ ଠାରୁ ମହଙ୍ଗା ହୋଇଛି ଡିଜେଲ । ଭାରତୀୟ ଇତିହାସରେ ପ୍ରଥମ ଥର ପାଇଁ ଡିଜେଲ ଦର ୮୦ ଟଙ୍କା ପାର ହୋଇଛି । ଗତ ୧୯ ଦିନରେ ଡିଜେଲ ଲିଟର ପିଛା ଦର ମୋଟ ୧୦ ଟଙ୍କା ୬୩ ପଇସା ଏବଂ ପେଟ୍ରୋଲ ଲିଟର ପିଛା ଦର ୮ ଟଙ୍କା ୬୬ ପଇସା ମହଙ୍ଗା ହୋଇଛି ।
ଏହାପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୯ ଟଙ୍କା ୯୨ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ଦର ୮୦ ଟଙ୍କା ୦୨ ପଇସାରେ ପହଁଚିଛି ।
ପ୍ରତ୍ୟେକ ଦିନ ସକାଳ ଛଅ ଠାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।