ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାଚୀନ କାଳରେ ହାତରେଖା ବିଜ୍ଞାନ ମାଧ୍ୟମରେ ଲୋକମାନଙ୍କର ଭବିଷ୍ୟ ଏବଂ ସେମାନଙ୍କ ସ୍ୱଭାବ ଜାଣି ହେଉଥିଲା । ଆଜି ଆମେ ଆପଣଙ୍କୁ ହାତରେଖା ସହ ଜଡିତ ଏଭଳି ସଂଯୋଗ ବିଷୟରେ କହିବାକୁ ଯାଉଛୁ, ଯାହା ସାରା ଦୁନିଆରେ ୩ ପ୍ରତିଶତ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ ।
ମସ୍କୋର ଏସଟିଆଇ ବିଶ୍ୱବିଦ୍ୟାଳୟରେ ଛପା ହୋଇଥିବା ଏକ ଗବେଷଣାତ୍ମକ ଲେଖାରେ ଏହି ସଂଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି ।
ଗ୍ରୀସର ମହାନ ଯୋଦ୍ଧା ଆଲେକ୍ ଜାଣ୍ଡରଙ୍କ ଦୁଇଟି ହାତର ପାପୁଲିରେ ଇଂରାଜୀ ଅକ୍ଷର ‘x’ ଚିହ୍ନ ରହିଥିଲା । ଆଜିକାଲିର ଯୁଗ କଥା କୁହାଯିବ ଯଦି ତେବେ ଋଷର ରାଷ୍ଟ୍ରପତି ବ୍ଲିଦିମିର ପୁତୀନ ଏବଂ ଆମେରିକାର ପୂର୍ବ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ହାତରେ ମଧ୍ୟ ଏହି ସଂଯୋଗର ଚିହ୍ନ ରହିଛି ।
ଗବେଷଣାତ୍ମକ ଲେଖା ଅନୁଯାୟୀ ଏହି ମହାନ ସଂଯୋଗର ଚିହ୍ନ ଥିବା ବ୍ୟକ୍ତିଙ୍କ ଭାଗ୍ୟ ଖୁବ୍ ମଜବୁତ ଥାଏ । ସଫଳତା ହାସଲ କରିବା ପାଇଁ ଏମାନଙ୍କୁ ସଂଘର୍ଷ କରିବାକୁ ପଡେ ନାହିଁ । ଯେକୌଣସି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏମାନଙ୍କୁ କୌଣସି ରଣନିତୀର ଆବଶ୍ୟକତା ନଥାଏ । ଏବଂ ଏମାନେ କୌଣସି କ୍ଷେତ୍ରରେ ହାର ମାନନ୍ତି ନାହିଁ ।
AMAR KUMAR PRADHAN
I have but why I feel not good
Pradip Kumar Dash
I am cross mark in my right hand but I always struggling.