କଟକ(ଏଟିଆର ବ୍ୟୁରୋ): ଆକ୍ସନ ମୁଣ୍ଡରେ ବିଏମସି ଓ ସିଏମସି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ୧୬ ରୁ ଅଧିକ ପଜେଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହାକୁ ସିଲ୍ କରାଯାଇଛି । ଗୁରୁବାର କୋଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ରାଜଧାନୀର କିଛି ହସ୍ପିଟାଲ ସେ ନେଇ ବିଏମସି ପକ୍ଷରୁ ବହୁ ହସ୍ପିଟାଲରେ ଯାଞ୍ଚ କରାଯାଇଥିଲା।ତେବେ ଏହା ପରେ ସିଏମସି ପକ୍ଷରୁ କୋଭିଡ ନିୟମ ପାଳନ ନେଇ କଟକରେ ଥିବା ବିଭିନ୍ନ ନିର୍ସିଂ ହୋମ୍ ଓ କ୍ଲିନିକରେ ଚଢାଉ ଜାରି ରହିଛି ।
ଭୁବନେଶ୍ବର ଓ କଟକରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲରେ ସାମାଜିକା ଦୂରତା, ମାସ୍କ ପିନ୍ଧିବା ଏବଂ ସାନିଟାଇଜ୍ ଉପରେ ବିଏମ୍ସି ଏବଂ ସିଏମ୍ସି ଗୁରୁତ୍ବ ଦେଉଛନ୍ତି। ଠିକ୍ ଭାବରେ ସାନିଟାଇଜ ହେଉଛି କି ନାହିଁ, ସାମାଜିକ ଦୂରତା, ମାସ୍କ , ମେଡିକାଲକୁ ପ୍ରବେଶ କରିବା ବେଳେ ସ୍କାନିଂ ହେଉଛି କି ନାହିଁ ତା ସହ ଅଳ୍ପ କର୍ମଚାରୀଙ୍କୁ ନେଇ ଡ୍ୟୁଟି ହେଉଛି କି ନାହିଁ, ଏ ସବୁ ଦେଖିଥିଲେ ବିଏମସି କର୍ମଚାରୀ।