ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦେଶରେ ଜାରି ରହିଛି ଲକ୍ ଡାଉନ୍ । ଯାହାଫଳରେ ପ୍ରାୟତଃ ଆର୍ଥିକ କାରୋବାର ବନ୍ଦ ରହିଛି । କିନ୍ତୁ ଏହି ପରିସ୍ଥିତିରେ ବ୍ୟଙ୍କିଂ ଏବଂ ଅନ୍ୟ ସେବା ଜାରି ରହିଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଇଟି ରିଟର୍ଣ୍ଣ ବ୍ୟତିତ ସୁକନ୍ୟ ସମୃଦ୍ଧି ଯୋଜନା, ପିପିଏଫ, ପେନସନ୍ ସ୍କିମ ରେ ନିବେଶ ପାଇଁ ତାରିଖକୁ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏବେ ସମୟ ସୀମା ଶେଷ ହେବାକୁ ବସିଲାଣି । ସେଥିପାଇଁ ବହୁତ ଶୀଘ୍ର ଏହି ସମ୍ବନ୍ଧୀୟ କାମ ପୁରଣ କରି ନିଅନ୍ତୁ । ନଚେତ ଆପଣଙ୍କୁ ଜରିମାନା ଭରିବାକୁ ପଡିପାରେ ।
କରୋନା କାଳରେ ଇପିଏଫଓ ଦ୍ୱାରା ଦିଆଯାଇଥିବା ଆଂଶିକ ଟଙ୍କା ଉଠାଣ ସୁବିଧାର ଅବଧି ଜୁନ୍ ୩୦ ରେ ଶେଷ ହୋଇଯିବ । ଜୁଲାଇ ୧ ରୁ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବେ ନାହିଁ ।
କେନ୍ଦ୍ରସରକାର ଲକ୍ ଡାଉନ୍ ସମୟରେ ବର୍ଷ ୨୦୧୯-୨୦ ପାଇଁ ଆଡଭାନ୍ସ ଟ୍ୟାକ୍ସର ତାରିଖକୁ ବଢାଇ ଜୁନ୍ ୩୦ କରିଦେଇଥିଲେ । ସେଥିପାଇଁ ଯେଉଁ କର ଦାତା ଏହି ଅଧିନରେ ଆସୁଛନ୍ତି ସେମାନେ ତୁରନ୍ତ ଟ୍ୟାକ୍ସ ଜମା କରିଦିଅନ୍ତୁ । ନଚେତ୍ ସୁଧ ଗଣିବାକୁ ପଡିପାରେ ।
ପେନସନ ଫଣ୍ଡ ଲେଗୁଲେଟେରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ ଅଟଳ ପେନସନ୍ ଯୋଜନାର ଲାଭାର୍ଥିଙ୍କ ପାଇଁ ଅଟୋ ଡେବିଟ ଫ୍ୟାସିଲିଟ୍ ଉପରେ ଜୁନ୍ ୩୦ ପର୍ଯ୍ୟନ୍ତ ରୋକ ଲଗାଯାଇଛି । ଯଦି ଆପଣ ବି ଏହି ଯୋଜନାରେ ନିବେଶ କରୁଛନ୍ତି ତେବେ ଜୁଲାଇ ୧ ପୂର୍ବରୁ ଆପଣଙ୍କର ସେହି ଆକାଉଣ୍ଟରେ ଆବଶ୍ୟକ ରାଶି ଭରି ଦିଅନ୍ତୁ । ଯେଉଁଥିରୁ ଆପଣଙ୍କର ଅଟଳ ପେନସନ୍ ଯୋଜନାର କିସ୍ତି କଟୁଛି ।
କେନ୍ଦ୍ରସରକାରଙ୍କ ପକ୍ଷରୁ ପୋଷ୍ଟ ଅଫିସରେ ଚାଲୁଥିବା ଛୋଟ ଜମା ଯୋଜନା ଭଳି ପିପିଏଫ ସୁକୁନ୍ୟା ସମୃଦ୍ଧି ଯୋଜନାରେ ମିନିମମ ବାଲାନ୍ସ ଡିପୋଜିଟ ନକରିବାରେ ଆଶ୍ୱସ୍ତି ଦିଆଯାଇଥିଲା । ଯାହାର ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ରହିଥିଲା ।
ସେହିପରି କେନ୍ଦ୍ରସରକାର ପିପିଏଫ ଆକାଉଣ୍ଟସକୁ ନେଇ ନିଷ୍ପତି କରିଥିଲେ କି, ଯେଉଁ ଲୋକଙ୍କର ଆକାଉଣ୍ଟ ମାର୍ଚ୍ଚ ୩୧ କୁ ମ୍ୟାଚୁୟର ହୋଇ ଯାଇଛି । ଯେଉଁଥିରେ ଗୋଟେ ବର୍ଷର ଏକ୍ସଟେନସନ୍ ସାମିଲ ଅଛି ଏବଂ ସେମାନେ ତାଙ୍କ ଖାତାକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି । ତେବେ ସେମାନେ ଜୁନ୍ ୩୦ ପର୍ଯ୍ୟନ୍ତ ଏହାର ଫର୍ମ ଜମା କରି ପାରିବେ ।
ଲକ୍ ଡାଉନ୍ ପାଇଁ ପୋଷ୍ଟ ଅଫିସ ଲାଇଫ ଇଂସୁରାନ୍ସ ପ୍ରିମିୟମର ତାରିଖକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହି ନିଷ୍ପତି ଅନୁସାରେ ସମସ୍ତ ପ୍ରକାରର ପିଏଲଆଇ, ଆରପିଏଲଆଇ ପଲିସ ଧାରକଙ୍କୁ ଆଶ୍ୱସ୍ତି ଦେବା ପାଇଁ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସର ବାକି ପ୍ରିମିୟମ ଜୁନ୍ ୩୦ ପର୍ଯ୍ୟନ୍ତ ଭରିବାର ସୁବିଧା ରହିଛି ।
ଯଦି ଆପଣ ଜୁନ୍ ୩୦ ଭିତରେ କୌଣସି ଯୋଜନାରେ ନିବେଶ କରୁଛନ୍ତି ତେବେ ସେଥିରେ ଆୟକର ରେ ଛାଡ ମିଳି ପାରିବ ଏବଂ ଏହାକୁ ଆପଣ ୨୦୧୯-୨୦ ର ଆୟକର ରିଟର୍ଣ୍ଣରେ କ୍ଲେମ କରି ପାରିବେ । ଏହାବ୍ୟତିତ ଏଲଆଇସି, ପିପିଏଫ ସୁକନ୍ୟା ସମୃଦ୍ଧି ଯୋଜନାରେ ବି ନିବେଶ ଉପରେ କର ଛାଡ ର ଲାଭ ଉଠାଇ ପାରିବେ ।
କେନ୍ଦ୍ରସରକାରଙ୍କ ପକ୍ଷରୁ ଏପ୍ରିଲରୁ ଜୁନ୍ ମାସ ଯାଏଁ ଏଟିଏମ ରୁ ଟଙ୍କା ଉଠାଇବା ଉପରେ ଲାଗୁ ଥିବା ଚାର୍ଜ କୁ ଛାଡ କରିଥିଲେ । କିନ୍ତୁ ଜୁନ୍ ୩୦ ପରେ ଏହି ନିୟମ ଲାଗୁ ହୋଇଯିବ । ଟଙ୍କା ଉଠାଇବାର ସୀମା ପରେ ଆପଣଙ୍କୁ ଚାର୍ଜ ଲାଗିବ ।
ଭିନ୍ନ ଭିନ୍ନ ବ୍ୟାଙ୍କରେ ଆପଣଙ୍କ ସେଭିଙ୍ଗ ଆକାଉଣ୍ଟସରେ ମିନିମମ୍ ବାଲାନ୍ସ ରଖିବାର ନିୟମ ରହିଛି ଏବଂ ଏହାଠାରୁ କମ ଟଙ୍କା ରଖିବା ଦ୍ୱାରା ଗ୍ରାହକଙ୍କୁ ଜରିମାନା ଭରିବାକୁ ପଡିଥାଏ । ମାତ୍ର ଲକ୍ ଡାଉନ୍ ପାଇଁ ଗ୍ରାହକଙ୍କଠାରୁ ଜରିମାନା ନେବାକୁ ପଡୁନଥିଲା । କିନୁ ଏହାର ସମୟ ସୀମା ଅବଧି ଜୁନ୍ ୩୦ ରେ ଶେଷ ହେବାକୁ ଯାଉଛି ।