ପୁରୀ (ଏଟିଆର ବ୍ୟୁରୋ): ଘୋଷଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ୱାର ସମ୍ମୁଖରେ ଚତୁର୍ଦ୍ଧାମୂରତିଙ୍କ ତିନି ରଥ ଅଟକି ରହିଛି । ପରମ୍ପରା ମୁତାବକ ଆଜି ତିନି ରଥର ଦକ୍ଷୀଣମୋଡ ନୀତି ଅନୁଷ୍ଠିତ ହେବ । ରଥଯାତ୍ରା ପରଠାରୁ ଉତ୍ତରମୁହାଁ ହୋଇ ରହିଥିଲେ ତିନି ରଥ । ଆଜି ଏହି ତିନି ରଥକୁ ଦକ୍ଷୀଣମୁହାଁ କରାଯିବ ।ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଦକ୍ଷୀଣ ମୋଡ କରାଯିବ । ପ୍ରଥମେ ଭଉଣୀଙ୍କ ଦର୍ପଦଳନ ରଥ ଦକ୍ଷୀଣ ମୋଡ ହେବା ପରେ ତାପରେ ବଡ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଦକ୍ଷୀଣ ମୋଡ କରାଯିବ ।
ଗତକାଲି ହେରାପଞ୍ଚମୀ ଥିଲା । ଅଭିମାନୀ ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଆଡପ ମଣ୍ଡପକୁ ଯାତ୍ରା କରି ଶ୍ରୀଗଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥ ମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥକୁ ଭାଙ୍ଗିଥିଲେ ।
ଅନ୍ୟପଟେ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବ ପବିତ୍ର ବାହୁଡା ଯାତ୍ର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।