ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖାଇବା ପାଇଁ ଯେତିକି ରୁଟି ଆବଶ୍ୟକ ଥାଠାରୁ ଅଧିକ ଚକଟା ହୋଇଗଲେ,ଏହି ବଳକା ଚକଟାକୁ ଫ୍ରୀଜରେ ଅନେକ ଲୋକ ରଖି ଦେଇଥାନ୍ତି । କିମ୍ବା ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଅଫିସ ଯିବା ପାଇଁ ଆଗୁଆ ଅଟା ମାଖି ଫ୍ରୀଜରେ ରଖି ଦେଇଥାନ୍ତି । କିନ୍ତୁ ଆପଣମାନେ ଏଭଳି ଭୁଲ କରୁଛନ୍ତି କି? ଯଦି କରୁଥାନ୍ତି ତେବେ ଆଗକୁ ଏଭଳି ବିଲକୁଲ କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ପୁରାତନ କାଳରେ ଏଭଳି କରିବାକୁ କୁହାଯାଇଥାଏ ଯେ, ଯଦି ଘରେ ଦୁଇ, ତିନି ଦିନ ତଳର ଅଟା ଚକଟା ଅଛି ତେବେ ଏହା ପ୍ରେତ-ଆତ୍ମାର ନିମନ୍ତ୍ରଣର କାରଣ ହୋଇପାରେ । ପ୍ରକୃତରେ ଅଟାଗୁଳାର ଆକୃତି ଏବଂ ପୂର୍ବ ପୁରୁଷ ମାନଙ୍କର ପିଣ୍ଡର ଆକୃତି ସମାନ ହୋଇଥାଏ । ସେଥିପାଇଁ ଯେଉଁ ପ୍ରେତ-ଆତ୍ମା ଗୁଡିକ ପିଣ୍ଡ ପାଇନଥାନ୍ତି,ସେମାନେ ସେହି ଅଟାଗୁଳା ଖାଇବା ଆରମ୍ଭ କରିଥାନ୍ତି ।
ଏହାବ୍ୟତୀତ ବାସୀ ଖାଦ୍ୟ ପ୍ରେତ ମାନଙ୍କ ଭୋଜନ ହୋଇଥାଏ । ଯେଉଁ ବ୍ୟକ୍ତି ଏହି ଅଟାଗୁଳାକୁ ଫ୍ରୀଜରେ ରଖି ଖାଇଥାନ୍ତି ସେମାନେ ସର୍ବଦା ନିରାଶ, ରୋଗାଗ୍ରସ୍ତ, କ୍ରୋଧ ଏବଂ ଚିଡଚିଡା ହୋଇଥାନ୍ତି ।
ତାଜା ଖାଦ୍ୟ ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । କିନ୍ତୁ ଯେବେଠୁ ଫ୍ରୀଜ ବାହାରିଲାଣି । ସେବେଠାରୁ ଲୋକମାନେ ବାସୀ ଖାଦ୍ୟକୁ ଫ୍ରୀଜରେ ରଖି ଖାଉଛନ୍ତି । ତାହାସହିତ ବିଭିନ୍ନ ପ୍ରକାରର ରୋଗକୁ ଆମନ୍ତ୍ରଣ କରୁଛନ୍ତି । ବାସୀ ଖାଦ୍ୟ ଘରେ ନକରାତ୍ମକ ଶକ୍ତି ଉତ୍ପନ୍ନ କରାଇଥାଏ । ସେଥିପାଇଁ ବିଲକୁଲ ଏଭଳି ଭୁଲ କରନ୍ତୁ ନାହିଁ ।