ବ୍ରହ୍ମପୁର(ଏଟିଆର ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରୁ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୬ ଜଣ ଗଞ୍ଜାମରୁ ଜଣ ଚିହ୍ନଟ ହୋଇଛନ୍ତି । ଏହାପରେ ବ୍ରହ୍ମପୁର ସହରରେ ଥିବା ୬ଟି ଅଞ୍ଜଳକୁ ସିଲ କରି ଦିଆଯାଇଛି । ସାହୁ କଲୋନି, ଭାବା ନଗର ଚତୁର୍ଥ ଲାଇନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ତୁଳସୀ ନଗର ଷଷ୍ଠ ଲାଇନ, ବ୍ୟାଙ୍କ କଲୋନି ପ୍ରଥମ ଲାଇନ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସେହିଭଲି ଗାନ୍ଧି ନଗର ଚତୁର୍ଥ ଲାଇନ ଓ ବର୍ମା କଲୋନି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଏନେଇ ବ୍ରହ୍ମପୁର ମହାନଗର ନିଗମ କମିସନର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ହଜାର ୬୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ହଜାର ୬୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୯୮୦ ଜଣ ଚିକିତ୍ସ୍ଖଚ୍ଛ ହେଉଛନ୍ତି । ଅନ୍ୟ ପଟେ ରାଜ୍ୟରେ ୨୧ ଜଣଙ୍କର କରୋନା ଯନିତ ମୃତ୍ୟୁ ହୋଇଛି ।