ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରତ୍ୟେକ ମଣିଷର ଜୀବନରେ କିଛି ନା କିଛି ସମସ୍ୟା ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆମେ ଜ୍ୟୋତିଷଶାସ୍ତ୍ର ବିଷୟରେ କହିବା ତେବେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଭରି ଉଠିବ । ତେବେ ଆସନ୍ତୁ ଜାଣିବା ଜ୍ୟେତିଷଶାସ୍ତ୍ର ଅନୁଯାୟୀ କେଉଁ ଉପାୟ ଅବଲମ୍ବନ କଲେ ଜୀବନରେ ସୁଖ ସମୃଦ୍ଧି ବଳବତ୍ତର ରହିଥାଏ ।
– ଯଦି ଆପଣ କୌଣସି ଖାସ୍ କାର୍ଯ୍ୟ ପାଇଁ ଯାଉଛନ୍ତି ତେବେ ଯେଉଁ କୋଣକୁ ଯାଉଛନ୍ତି, ସେହି କୋଣର ବିପରିତୀ କୋଣକୁ ୪ ପାଦ ଚାଲନ୍ତୁ, ତାପରେ ଆପଣଙ୍କ କାର୍ଯ୍ୟକୁ ବାହାରନ୍ତୁ । ଏଭଳି କରିବା ଦ୍ୱରା ଆପଣଙ୍କ କାର୍ଯ୍ୟ ନିଶ୍ଚିତ ସଫଳ ହେବ ।
– ସକାଳୁ ଉଠି ପ୍ରଥମେ ଦୁଇ ପାପୁଲିକୁ ଏକାଠି ଯୋଡି ଦେଖନ୍ତୁ, ତାପରେ ସେହି ପାପୁଲିକୁ ୩ଥର ମୁହଁରେ ଲଗାନ୍ତୁ । ଏବଂ ପଲଙ୍କରୁ ଉଠି ଚଟାଣରେ ପାଦ ରଖି ଧରିତ୍ରୀ ମାତାଙ୍କ କ୍ଷମା ମାଗନ୍ତୁ । ଏହାଦ୍ୱାରା ଆପଣଙ୍କ ଦିନଟି ଭଲରେ ଭଲରେ କଟିଥାଏ ।
– ସୂର୍ଯ୍ୟଦୟୋ ହେଲା ପରେ ମୁଣ୍ଡ ଧୋଇ ଗାଧୋଇ ଗାୟତ୍ରୀ ମନ୍ତ୍ର ଯପ କରନ୍ତୁ । ଏବଂ ପ୍ରାରମ୍ଭରୁ ୩ଥର ‘ଓଁ’ ଯପ କରନ୍ତୁ । ଯପ କରିବା ସମୟରେ ହାତ ମୁଣ୍ଡ ଉପରେ ରହିବା ଉଚିତ୍ । ପୁଣି ୧୨ ଥର ଗାୟତ୍ରୀ ମନ୍ତ୍ର ଯପନ୍ତୁ । ଏହାଦ୍ୱାରା ଧିରେ ଦିରେ ବୃଦ୍ଧି ବିକାଶ ହେବା ସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।