ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ୍ ର ୫୯ ଆପ୍ସକୁ ଗୁଗଲ ପ୍ଲେ ଷ୍ଟୋରରୁ ତୁରନ୍ତ ହଟାଇବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ । ଏହି ଆପ୍ସ ଗୁଡକ ହଟାଇବାକୁ ନେଇ ୪୮ ଘଣ୍ଟା ମଧ୍ୟରେ ଗୁଗଲକୁ ଜବାବ ମାଗିଛନ୍ତି ସରକାର । ସୋମବାର ସରକାର ୫୯ ଚାଇନା ଆପ୍ କୁ ବ୍ୟାନ୍ କରିବାର ନିଷ୍ପତି ନେଇଥିଲେ । ବ୍ୟାନ କରାଯାଇଥିବା ଆପ୍ ଗୁଡିକ ମଧ୍ୟରେ ଟିକ୍ ଟକ୍, ସେୟାରଇଟ୍, ୟୁସି ଭଳି ଅନେକ ପୁପୁଲାର ଆପ୍ ସାମିଲ ଅଛି ।
ଚୀନ୍ ଆପ୍ସକୁ ବ୍ୟାନ କରିବାର ସରକାରଙ୍କ ନିଷ୍ପତି ପରେ ବି ୫୯ ଆପ୍ ମଧ୍ୟରୁ କିଛି ଆପ୍ ପ୍ଲେଷ୍ଟୋରରେ ଡାଉନଲୋଡ ପାଇଁ ଉପଲବ୍ଧ ଥିଲା । କିନ୍ତୁ ସରକାର ଏହି ଆପ୍ ଗୁଡିକୁ ବ୍ୟାନ୍ କରିବାର ଘୋଷଣା କରିବା ସହିତ ସମସ୍ତ ଆପ୍ ଯେପରି ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଷ୍ଟୋରରେ ଡାଉନଲୋଡ ପାଇଁ ଉପଲବ୍ଧ ନହେବ ସେନେଇ କହିଥିଲେ । ଏହାସହିତ ଏହି ଆପ୍ ଗୁଡିକୁ ବ୍ଲକ କରିବା ପାଇଁ ଇଂଟରନେଟ ସର୍ଭିସ ପ୍ରୋଭାଇଡର୍ସକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ରିପୋର୍ଟ ମୁତାବକ, ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ଆଇଟି ଗୃହମନ୍ତ୍ରାଳୟ, ସୂଚନା ମନ୍ତ୍ରାଳୟ ଏବଂ ଆଇନ ମନ୍ତ୍ରାଳୟର ଅଧିକାରୀ ସାମିଲ ରହିବେ । ଏଥିରେ ଡାଟା ଚୋରିକୁ ନେଇ ଆଲୋଚନା ହେବ ।