ପୁରୀ (ଏଟିଆର ବ୍ୟୁରୋ): ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାମୂରତି । ଆଜି ପବିତ୍ର ବାହୁଡା ଯାତ୍ରା । ଆଶାଢ ଶୁକ୍ଳ ପକ୍ଷ ଦଶମି ତିଥିରେ ଏହି ବାହୁଡା ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀଜିଉଙ୍କୁ ନେଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବା ଲାଗି ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷା କରି ରହିଛନ୍ତି ତିନି ରଥ । ଭୋର ୪ ଟାରୁ ଶ୍ରୀଜିଉଙ୍କ ବାହୁଡା ନୀତି ଆରମ୍ଭ ହୋଇଯାଇଛି । ସକାଳ ୮ଟାରେ ଆରମ୍ଭ ହେବ ପହଣ୍ଡି । ଏହାପରେ ୧୦ ଟାରୁ ୧୧ ମଧ୍ୟରେ ଛେରାପହଁରା ନୀତି, ଏହାପରେ ୧୨ ରଥ ଟଣା ଆରମ୍ଭ ହେବ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ବାହୁଡା ଯାତ୍ରାରେ ରଥ ଗଡିବ ।
ପବିତ୍ର ବାହୁଡା ଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତେରେ ଶାନ୍ତି ଶୃଙ୍ଖଳାର ସହ ସେବାୟତ ଏବ ପୋଲିସ କର୍ମୀ ଦ୍ୱାରା ବାହୁଡା ଯାତ୍ର ଶେଷ ହେବ ।