ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ବାହୁଡା ଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତୀ ସମ୍ପନ୍ନ ହେବା ପରେ ରଥାରୁଢ ହୋଇଥିଲେ ଚତୁର୍ଦ୍ଧାମୂରତି । ଏହାପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଶ୍ରୀନଅରରୁ ତାମଜାନରେ ଆସି ଗୋଟେ ପରେ ଗୋଟେ ତିନି ରଥରେ ଛେରାପହଁରା କରିଛନ୍ତି । ଏହାପରେ ଶେଷ ହୋଇଛି ଛେରାପହଁରା ନୀତି । ସେବା ସାରି ଶ୍ରୀନଅରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଗଜପତି ମହାରାଜା ।
ଏହାପରେ ଆରମ୍ଭ ହେବ ଚାରମାଳ ଫିଟା ନୀତି ଏବଂ ଘୋଡାଜୋଚା ନୀତି । ଏହି ନୀତି ସମ୍ପନ୍ନ ହେବା ପରେ ମଧ୍ୟାହ୍ନ ୧୨ ଟାରେ ଆରମ୍ଭ ହେବ ରଥ ଟଣା । ଏଥର ବିନା ଭକ୍ତରେ ଗଡିବ ରଥ ।