ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ କାଉଡିଆ ମାନେ ଗଙ୍ଗାନଦୀରୁ ପାଣି ଉଠାଇ ପାରିବେ ନାହିଁ । କରୋନା ସଙ୍କଟକୁ ଦୃଷ୍ଟିରେ ରଖି କାଉଡି ଯାତ୍ରା ଉପରେ ଉତ୍ତରଖଣ୍ଡ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି ।
ଯଦି କୌଣସି କାଉଡିଆ ସରକାରଙ୍କ ନିୟମ ଉଲ୍ଲଂଘନ କରି ଲୁଚିକି ହରିଦ୍ୱାର ଯାଆନ୍ତି ତେବେ ସେମାନଙ୍କୁ ସରକାରଙ୍କ ନିର୍ଦ୍ଦେଶାନୁସାରେ ୧୪ ଦିନ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡିବ । କ୍ୱାରେଣ୍ଟାଇନ୍ ସମସ୍ତ ଖର୍ଚ୍ଚ ନିଜେ କାଉଡିଆ ବହନ କରିବେ ।
ଏନେଇ ହରିଦ୍ୱାରର ଯମୁନାନଗର, କରନାଲ, ଉତ୍ତରପ୍ରଦେଶର ମୁଜାଫରନଗର, ବିଜନୌର ଏବଂ ହରିଦ୍ୱାର ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ହୋଇଛି । ଏହି ବୈଠକରେ ନିଷ୍ପତି ନିଆଯାଇଛି କି କରୋନା ସଂକ୍ରମଣ ସମୟରେ ହରିଦ୍ୱାରା ଯାତ୍ରା ଟାଳିବା ହିଁ ଠିକ୍ ହେବ ।
ହରିଦ୍ୱାର ର ଡିଏମ ସି. ରବିଶଙ୍କର କହିଛନ୍ତି କି, ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କରୋନାରୁ ରକ୍ଷା ପାଇବା ପାଇଁ ଏଥର ହରିଦ୍ୱାର ଯାତ୍ରା ଉପରେ ରୋକ୍ ଲଗା ଯାଇଛି । ଏହି ନିୟମ ଯିଏ ପାଳନ ନକରିବେ ତାଙ୍କୁ ପ୍ରଶାସନ ଦ୍ୱାରା ଦଣ୍ଡିତ କରାଯିବ ।
ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ହରିଦ୍ୱାରର କାଉଡି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଗଙ୍ଗାନଦୀରୁ ଜଳ ନେଇ ଭଗବାନଙ୍କ ଶିବଙ୍ଗ ଉପରେ ଚଢାଇଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଏହି ଯାତ୍ରାକୁ ରଦ୍ଦ କରାଯାଇଛି ।