କଟକ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଆଜି ଠାରୁ ଆସନ୍ତା ଜୁଲାଇ ୮ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କଟକ ସହରକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏ ନେଇ ଆଜି ଘୋଷଣା କରିଛି କଟକ ମହାନଗର ନିଗମ । ତେବେ ସଟଡାଉନ ସମୟରେ ଲୋକମାନେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ । ତେବେ ଜିନିଷ କଣିଲା ବେଳେ ସାମାଜିକ ଦୂରତା ବଜାଇ ରଖିବା ସହ ମାସ୍କା ପିନ୍ଧିବା ଜରୁରୀ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛି ସିଏମସି ।
ସୂଚନାଯୋଗ୍ୟ ଆଜି କଟକରୁ ୧୩ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କଟକରେ ବର୍ତ୍ତମାନ ସୁଦ୍ଧା ୭୦୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେହିଭଲି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୮ ହଜାର ୬୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ହଜାର ୭୦୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୮୫୩ଟି ସକ୍ରିୟ କେସ୍ ରହିଛି । ଅନ୍ୟପଟେ ୩୪ ଜଣଙ୍କର ମୃତ୍ୟୁ ହୋଇଛି ।