ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ରାମନାଥ କୋବିିନ୍ଦଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଅବସରରେ ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗକୁ ନେଇ ପ୍ରାୟତଃ ଅଧଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଛି ।
Prime Minister @narendramodi called on President Kovind and briefed him on the issues of national and international importance at Rashtrapati Bhavan today. pic.twitter.com/yKBXCnfboE
— President of India (@rashtrapatibhvn) July 5, 2020
ଦୁଇ ଦିନ ପୂର୍ବରୁ ଲଦାଖରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ଗଲୱାନ ଘାଟିରେ ଆହତ ହୋଇଥିବା ଯବାନଙ୍କୁ ଭେଟିଥିଲେ । ଏହାବ୍ୟତିତ ସେ ସୀମାର ସ୍ଥିତି ବିଷୟରେ ଜାଣିବା ପରେ ଯବାନମାନଙ୍କୁ ସମ୍ବୋଧିତ କରିଥିଲେ ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଗଲୱାନ ଘାଟିରେ ଚୀନ୍ ଏବଂ ଭାରତ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ।