ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବାକୁ ପସନ୍ଦ କରିଥାନ୍ତି । ସେଥିପାଇଁ ଶରୀରକୁ ସୁସ୍ଥ ରଖିବା ଲାଗି କେବଳ ହଳଦୀ ନୁହେଁ ବରଂ ତାର ତେଲ ବି ଖୁବ୍ ଫାଇଦା ହୋଇଥାଏ । ହଳଦୀ ଗଛ ମୂଳରୁ ହଳଦୀ ତେଲ ବାହାରିଥାଏ । ହଳଦୀ ଭଳି ତାର ତେଲରେ ବି ଅନେକ ମହତ୍ୱପୂର୍ଣ୍ଣ ଔଷଧୀୟ ଗୁଣ ରହିଛି । ଏହା ଶରୀରକୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏହି ତେଲ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା, ଇମ୍ୟୁନ ସିଷ୍ଟମକୁ ମଜବୁତ କରିବା ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହଳଦୀ ତେଲ ଦ୍ୱାରା ଶରୀରରେ କଣ ସବୁ ଫାଇଦା ହୋଇଥାଏ ।
– ହଳଦୀ ତେଲରେ ଆଣ୍ଟି-ଇଂଫ୍ଲେମେଟରୀ ଗୁଣ ରହିଛି । ଆଂଠୁ ଗଣ୍ଠି ଦରଜ ଏବଂ ମାଂସପେଶୀ ଦରଜ ପାଇଁ ହୋଇଥିବା ଫୁଲା ଉପରେ ଏହି ତେଲକୁ ମାଲିସ କରିବା ଦ୍ୱାରା ଆରାମ ମିଳିଥାଏ ।
– ହୃଦ ରୋଗୀଙ୍କ ପାଇଁ ହଳଦୀ ତେଲ ଖୁବ୍ ଫାଇଦା ହୋଇଥାଏ । ପ୍ରକୃତରେ ଏହି ତେଲରେ ଖାଦ୍ୟ ତିଆରି କରି ଖାଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ ଏବଂ ମେଟାବଲିଜିମ୍ ବି ବୁଷ୍ଟ ହୋଇଥାଏ । ଏହାସହିତ ହୃଦଘାତର ଆଶଙ୍କା କମ ହେବା ସହ ହାର୍ଟ ସୁସ୍ଥ ରହିଥାଏ ।
– ହଳଦୀ ତେଲରେ ଆଣ୍ଟି-ମାଇକ୍ରୋବିୟଲ, ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ଫଙ୍ଗଲ ରହିଥାଏ । ଯାହା ଇମ୍ୟୁନସିଷ୍ଟମକୁ ବୁଷ୍ଟ କରିବାରେ ସହାୟକ ହୋଇଥାଏ । ଏହାସହିତ ଶରୀରରେ ରୋଗ ଖୁବ୍ କମ ହୋଇଥାଏ ।
– ହଳଦୀ ତେଲରେ ଆଣ୍ଟି-ଇଂଫ୍ଲେମେଟରୀ ଗୁଣ ରହିଛି ଯାହା ଦାନ୍ତ ସହ ଜଡିତ ସମସ୍ୟାକୁ ଦୂର କରିଥାଏ । ଏହାସହିତ ଯଦି ଦାନ୍ତମୂଳ ଫୁଲିଛି ତେବେ ଟୁଥପେଷ୍ଟରେ ୧-୨ ବୁନ୍ଦା ହଳଦୀ ତେଲ ମିଶାଇ ବ୍ରଶ କରନ୍ତୁ । ଏହାଦ୍ୱାରା ଦାନ୍ତ ମୂଳକୁ ଆରାମ ମିଳିବ ।