ଭଞ୍ଜନଗର(ଭବାନୀ ପାଳ) -ଶ୍ରାବଣ ମାସର ପ୍ରଥମ ସୋମବାର ଶୁଣାଗଲାନାହିଁ “ହର ହର ବମ” କି ମନ୍ଦିରରେ ଦେଖା ଗଲେ ନାହିଁ ଭକ୍ତ | ଏହି ମାସର ସୋମବାର ଦିନ ଶୈବ ପୀଠରେ ଲମ୍ବା ଧାଡି ସହ କଉଡ଼ିଆଙ୍କୁ ଦେଖିବାକୁ ମିଳୁଥିଲା କିନ୍ତୁ କରୋନା ପାଇଁ ଚଳିତ ବର୍ଷ ବନ୍ଦ ରହିଲା କାଉଡି ଯାତ୍ରା | ଏହି ଯାତ୍ରାରେ ମାନସିକ ଧାରି ମାନେ ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ବିଭିନ୍ନ ଶୈବ ପୀଠକୁ ଜଳ ଧରି ଯାଇଥାନ୍ତି |କିନ୍ତୁ କରୋନା ଭୟାବହ କାୟାରେ ଶ୍ରଦ୍ଧାଳୁଙ୍କ ମନରେ କଷ୍ଟ ଦେଇଛି |ପ୍ରତି ବର୍ଷ ଏହି ଶ୍ରାବଣ ମାସରେ କାଉଡିଆମାନେ ଦୀର୍ଘ ଏକ ମାସଧରି କାନ୍ଧରେ ବାହୁଂଗି ସହ କଳସରେ ଜଳ ନେଇ ବହୁ ରାସ୍ତା ଅତିକ୍ରମ କରି ଚାଲି ଚାଲି ଯାଇଥାନ୍ତି |ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଲକ୍ଷ ଲକ୍ଷ କାଉଡି ଜଳଧରି ସେମାନେ ଶୈବପୀଠ ଅଭିମୁଖେ ଯାତ୍ରା କରିଥାନ୍ତି | କିନ୍ତୁ ଏଥର ସୁଭିଲାନି ବୋଲ ବମ ଡାକ |କରୋନା ସଂଖ୍ୟା ଆମ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି |
ଏହି ଜୁଲାଇ ମାସ ସାରା ଦେଶ ପାଇଁ ଗୁରୁତ୍ୱପୂର୍ଣ ଅଟେ |ଏଥିନେଇ ସରକାର ବୋଲ ବମ ଯାତ୍ରାକୁ ଏଥର ବନ୍ଦ ରଖିବା ପାଇଁ ନିଷ୍ପତି ନେଇଥିଲେ |ପ୍ରତି ବର୍ଷ ରାସ୍ତା କଡରେ ଶ୍ରଦ୍ଧାଳୁ ମାନେ ନିଜ ନିଜ ଅଂଚଳରୁ କିମ୍ବା ମାନସିକ ଧାରି ସ୍ଥାନରୁ ଜଳ ସଂଗ୍ରହ କରି ନିଜ ମାନସିକ ଥିବା ଶୈବ ପୀଠରେ ଜଳଲାଗି କରିଥାନ୍ତି |ରାସ୍ତା କଡରେ କାଉଡିଆ ମାନେ ବୋଲ ବମ ବସ୍ତ୍ର ଗ୍ରହଣ କରି ଧାଡି ଧାଡି ହୋଇ ଶୈବ ପିଠା ଅଭିମୁଖେ ଯାତ୍ରା କରିଥାନ୍ତି | ସେହିପରି ଭଞ୍ଜନଗର ସହରରେ ଥିବା ପ୍ରସିଦ୍ଧ ଶୈବ ପୀଠ ବେଲେଶ୍ୱର ମହାଦେବଙ୍କ ପାଖେ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ କାଉଡିଆ ମାନେ ଆସି ଜଳଲାଗି କରୁଥିଲେ |ସେହିପରି ବାଇପାସ ରୋଡ଼ ରେ ଥିବା ଢୁଢୁଆ ଶିବ ମନ୍ଦିରରେ ମଧ୍ୟ ପ୍ରତିବର୍ଷ ଭିଡ ଦେଖିବାକୁ ମିଳୁଥିଲା |
ଚଳିତ ବର୍ଷ ମନ୍ଦିରରେ ଭକ୍ତ ନାହାନ୍ତି ଶୈବପୀଠ ଗୁଡିକ ଖାଁ ଖାଁ ହୋଇରହିଛି | କୌଣସି ମନ୍ଦିରରେ ମହାଦେବଙ୍କ ଦର୍ଶନରୁ ବଂଚିତ ହୋଇ ଭକ୍ତ ମଧ୍ୟ ନିରାଶ ହୋଇଛନ୍ତି ମନ୍ଦିର ବାହାରେ ଫୁଲ ଚନ୍ଦନ ଦେଇ ପୂଜା କରୁଥିବା ଦେଖିବାକୁ ମିଳୁଛି | ଏହି ବର୍ଷ କରୋନା ପାଇଁ ବିଭିନ୍ନ ସ୍ଥାନରେ ଗହଳି କୁ ବାରଣ କରିବା ପାଇଁ ବିଭିନ୍ନ ଯାତ୍ରା ବନ୍ଦ ରହିଥିଲା | ଏପରି ପରିସ୍ଥିତିରେ ବୋଲ ବମ ଭକ୍ତ ମାନେ ଏକତ୍ରିତ ହୋଇ ଯାତ୍ରା କରିବା ଦ୍ୱାରା କରୋନା ସଂକ୍ରମିତ ସଂଖ୍ୟା ବଢିବାର ଆଶଙ୍କା ରହିଛି |ଏହି ସବୁକୁ ଦୃଷ୍ଟିରେ ରଖି ସରକାର ଏହି ବର୍ଷ କାଉଡି ଯାତ୍ରା ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି |ଫଳରେ ହଜାର ହଜାର ମାନସିକ ଧାରି ଶୈବ ଭକ୍ତ ନିରାଶ ହୋଇଛନ୍ତି |