ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଦ୍ରୁତ ଗତିରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ରାଜ୍ୟରେ ଗୋଟେ ପରେ ଗୋଟେ ମୁଣ୍ଡ ନେଇ ଚାଲିଛି ଏହି ଅଦୃଶ୍ୟ ମହାମାରୀ । ରାଜ୍ୟରେ ପୁଣି ଆଜି ଆଉ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜି ଯେଉଁ ୪ ଜଣଙ୍କର ମୃତ୍ୟୁ ହୋଇଛି ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ବୋଲି ଜାଣିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ୪୧ ବର୍ଷିୟ ପୁରୁଷ ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ଏବଂ ଅନ୍ୟଜଣେ ୫୮ ବର୍ଷିୟ ପୁରୁଷ । ସେହିପରି ଜଣେ ୪୮ ବର୍ଷିୟ ପୁରୁଷ ଏବଂ ଅନ୍ୟଜଣେ ୩୨ ବର୍ଷିୟ ପୁରୁଷ ମଧୁମେହ ରୋଗରେ ପୀଡିତ ଥିବା ଜାଣିବାକୁ ମିଳିଛି ।