ପୁରୀ (ଏଟିଆର ବ୍ୟୁରୋ) – ଜଗନ୍ନାଥ ମନ୍ଦିରର ରତ୍ନ ସିଂହାସନରୁ ମହାପ୍ରଭୁଙ୍କ ପଦ୍ମ ପାଖୁଡା ଚୋରି ହେବାର ଘଟଣା କିଛିି ଦିନ ତଳେ ସାମ୍ନାକୁ ଆସିଥିଲା । ଏହି ପ୍ରସଙ୍ଗର ଚର୍ଚ୍ଚା ଏପର୍ଯ୍ୟନ୍ତ ଥମିନଥିବା ବେଳେ ପୁଣି ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛିି । ପଦ୍ମ ପାଖୁଡା ଚୋରି ପରେ, ମହାପ୍ରଭୁଙ୍କ ସିଂହାସନ ପଛଭାଗ ଚଟାଣରେ ଏକାଧିକ ଗର୍ତ୍ତ ଦୃଶ୍ୟମାନ ହୋଇଛି ବୋଲି ଅଭିଯୋଗ ଆସିଛି ।
ଏହି ଗାତ ଗୁଡିକ ଡ୍ରିଲ୍ କରାଯାଇଛି ଏବଂ ସିମେଣ୍ଟ ଓ କଳା ରଙ୍ଗ ଦ୍ୱାରା ସମାନ କରାଯାଇଛି, ଐନେଇ ନେଇ ସେବକ ମାନେ ଅଭିଯୋଗ କରିଛନ୍ତି । ସେବକ ମାନଙ୍କ ଅଭିଯୋଗ ଅନୁଯାୟୀ ପଦ୍ମ ପାଖୁଡା ଚୋରି ପ୍ରସଙ୍ଗ ପରେ ଆଜି କିଛି ସେବକ ରତ୍ନବେଦୀ ପଛପାଖ ଦୀପ ଲଗାଇ ଯାଞ୍ଚ କରିଥିଲେ , ପଛ ପାଖରେ କିଛି ଗାତ କରାଯାଇଛି ପରେ ସିମେଣ୍ଟ ଦେଇ ସମାନ୍ କରାଯାଇଥିବାର ସେମାନେ ଦେଖିଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ହେବା ପରେ ଶ୍ରୀ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଦ୍ୱନ୍ଦ ସୃୁଷ୍ଟି ହୋଇଛି ।
ସେବକଙ୍କ କହିବା ଅନୁଯାୟୀ ରତ୍ନସିଂହାସନ ତଳେ ଲକ୍ଷାଧିକ ଶାଳଗ୍ରାମ ପୋତା ଯାଇଥିବା କୁହାଯାଇଛି । କେହି ଦୁର୍ବୃତ୍ତ ଏହି ଶାଳଗ୍ରାମକୁ କାଢିବାକୁ କାହିଁକି ପ୍ରୟାସ କରିଛି ? କେଉଁ ପରିସ୍ଥିତିରେ ରତ୍ନ ସିଂହାସନ ପଛରେ ଗାତ କରିବାକୁ ପଡିଲା , କେବେ ଏହି ଗାତ ଗୁଡିକ ହୋଇଛି ଓ ଏହି ସଂମ୍ପର୍କରେ ମନ୍ଦିର ପ୍ରଶାସନ ଅବଗତ ହୋଇଛନ୍ତି କି ନାହିଁ ? ଏଠାରେ ଯେଉଁ ସବୁ ଗାତ ଖୋଳା ହୋଇଛି କାହା ଅନୁମତିରେ େ ଖାଳାଯାଇଛି ? ଏହିଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।