ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗଲ ପୁଣି ଥରେ ଏକ ବଡ ପଦକ୍ଷେପ ଗ୍ରହଣ କରିବା ସହ ପ୍ଲେଷ୍ଟୋରରୁ ୧୧ ଟି ମୋବାଇଲ ଆପ୍ କୁ ହଟାଇଛି । ହ୍ୟାକର୍ସମାନେ ଏହି ଆପ୍ ରେ ଜୋକର ନାମକ ମାଲୱେର ବ୍ୟବହାର କରି ଲୋକଙ୍କୁ ନିଜର ଟାର୍ଗେଟ କରୁଥିଲେ । ଏହାବ୍ୟତିତ ୟୁଜର୍ସଙ୍କ ବିନା ଅନୁମତିରେ ହିଁ ପ୍ରିମିୟମ ସେବା ସବସ୍କ୍ରାଇବ କରାଉଥିଲେ ହ୍ୟାକର୍ସ । ଏହି ମ୍ୟାଲେସିୟସ ମୋବାଇଲ ଆପ୍ କୁ ନେଇ ଚେକ୍ ପଏଣ୍ଟ ରିପୋର୍ଟରୁ ସୂଚନା ମିଳିଛି ।
ଚେକ୍ ପଏଣ୍ଟ ରେପୋର୍ଟ ମୁତାବକ, ୨୦୧୭ ରୁ ଗୁଗଲ ଏହି ଭାଇରସ ଆପ୍ ଉପରେ ନଜର ରଖୁଥିଲା । ହ୍ୟାକର୍ସମାନେ ଏହି ମୋବାଇଲ ଆପ୍ ଜରିଆରେ ୟଜର୍ସଙ୍କୁ ଚୁନ ଲଗେଇବା ସହିତ ବ୍ୟକ୍ତିଗତ ଡାଟା ବି ଚୋରୀ କରୁଥିଲେ । କିନ୍ତୁ କମ୍ପାନୀ ଏବେ ଏହି ମୋବାଇଲ ଆପ୍ କୁ ତାର ପ୍ଲାଟଫର୍ମରୁ ହଟାଇ ଦେଇଛି । ଏହାପୂର୍ବରୁ କମ୍ପାନୀ ପ୍ଲେଷ୍ଟୋରରୁ ୨୫ ଟି ମୋବାଇଲ ଆପ୍ ହଟାଇଥିଲା, ଯାହା ଫେସବୁକ୍ ୟୁଜର୍ସଙ୍କ ଡାଟା ଚୋରାଉଥିଲା ।
ତେବେ ଆସନ୍ତୁ ଜାଣିବା କିଭଳି କରିବେ ଆପଣଙ୍କ ଡିଭାଇସକୁ ସୁରକ୍ଷିତ…
– ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ସ୍ମାର୍ଟଫୋନ୍ ରେ ମାଲିସିୟସ ମୋବାଇଲ ଆପ୍ ଡାଉନଲୋଡ ହୋଇଯାଇଛି, ତେବେ ତାକୁ ତୁରନ୍ତ ଡିଲିଟ୍ କରନ୍ତୁ ।
– ଆପଣଙ୍କ ସ୍ମାର୍ଟଫୋନ୍ ରେ ବିଶ୍ୱସନୀୟ ଆଣ୍ଟିଭାଇରସ ଏବଂ ସେକ୍ୟୁରିଟି ଆପ୍ ବ୍ୟବହାର କରନ୍ତୁ ।
– ଅଜଣା ମୋବାଇଲ ଆପ୍ କୁ ଡାଉନଲୋଡ କରନ୍ତୁ ନାହିଁ ।
ଚଳିତମାସ ଆରମ୍ଭରେ ଗୁଗଲ ୨୫ ଟି ମୋବାଇଲ ଆପ୍ସ କୁ ପ୍ଲେଷ୍ଟୋରରୁ ହଟେଇଥିଲା । ୟୁଜର୍ସଙ୍କ ଡାଟା ଚୋରୀକୁ ନେଇ ଗୁଗଲ ଏଭଳି ନିଷ୍ପତି ନେଇଥିଲା । ଏହି ସମସ୍ତ ଆପ୍ସ ଦ୍ୱାରା ଫେସବୁକ୍ ୟୁଜର୍ସଙ୍କ ଡାଟା ଚୋରୀ ହେଉଥିଲା ।