ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୫୭୦ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୮୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 10th July
New Positive Cases: 570
In Quarantine: 384
Local Contacts: 186(Details of local contacts will be shared by concerned Dist Administration)
District Wise Cases
1. Angul: 11
2. Balasore: 3
3. Bhadrak: 2
4. Boudh: 3
5. Cuttack: 46
6. Gajapati: 25— I & PR Department, Odisha (@IPR_Odisha) July 11, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୧, ବାଲେଶ୍ୱରର ୩, ଭଦ୍ରକର ୨, ବୌଦ୍ଧର ୩, କଟକ ୪୬, ଗଜପତି ୨୫, ଗଞ୍ଜାମ ୨୧୮, ଜଗତସିଂହପୁର, ୧୬, ଯାଜପୁର ୪୦, ଝାରସୁଗୁଡାର ୩୧, କେନ୍ଦ୍ରପଡାର ୬, କେନ୍ଦୁଝରର ୧୪, ଖୋର୍ଦ୍ଧାର ୩୭, କୋରାପୁଟର ୧୧, ମୟୂରଭଞ୍ଜର ୧୦, ନୟାଗଡର ୩୭, ପୁରୀର ୧୫, ସମ୍ବଲପୁରର ୧ଏବଂ ସୁନ୍ଦରଗଡର ୪୪ ଜଣ ରହିଛନ୍ତି । ସର୍ବମୋଟ ୧୯ ଟି ଜିଲ୍ଲାର ୫୭୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
New Recoveries: 565
Cumulative Tested: 327288
Positive: 12526
Recovered: 7972
Active Cases: 4475— I & PR Department, Odisha (@IPR_Odisha) July 11, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬ କୁ ବୃଦ୍ଧି ପାଇଛି । ସେଥିରୁ ୭୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୪୪୭୫ ଜଣ ଚିକିତ୍ସିତ ହେଉଛନ୍ତି ।