ଭଞ୍ଜନଗର(ଭବାନୀ ପାଳ) -ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଆଜି ଭଞ୍ଜନଗର ଉପଖଣ୍ଡ ଗସ୍ତ କରି ପ୍ରବେଶ ପଥ ଗୁଡିକ ଯାଞ୍ଚ ତଦାରଖ କରିଛନ୍ତି । ଉପଖଣ୍ଡରେ ଥିବା ଗଂଜାମ ଜିଲ୍ଲା ସୀମା ରେ ଚେକ ପୋଷ୍ଟ ଗୁଡିକ ଯାଞ୍ଚ କରିଛନ୍ତି । ସେ ପ୍ରଥମେ କରସିଂ ଠାରେ ପୋଲିସ ପକ୍ଷରୁ କରାଯାଇଥିବା ଅନ୍ତଃ ଜିଲ୍ଲା ଚେକ ପୋଷ୍ଟର ତଦାରଖ କରିଥିଲେ । ସେଠାରୁ ଅଚାନକ ଭଞ୍ଜନଗର ଥାନା ଆସି ପୋଲିସ ଅଧିକାରୀଙ୍କ ସହ ସଟଡାଉନ ଓ କଣ୍ଟନମେଣ୍ଟ ଜୋନରେ ପୋଲିସ ପକ୍ଷରୁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ଥାନାକୁ ଆସୁଥିବା ଲୋକଙ୍କ ଠାରୁ ସାମାଜିକ ଦୂରତ୍ଵ ରକ୍ଷା କରିବା ସହ ମାସ୍କ ପିନ୍ଧିବା ଓ ସାନିଟାଈଜର ବ୍ୟବହାର କାରିବ ପାଇଁ ପରାମର୍ଶ ଦେଇଥିଲେ । ଫୋନ କଲ ମାଧ୍ୟମରେ ଅଭିଯୋଗ ଗ୍ରହଣ କରିବା ପାଇଁ ଅଧିକାରୀ ମାନଙ୍କୁ କହିଥିଲେ । ଏହାପରେ ସେ କନ୍ଧମାଳ ଓ ଗଂଜାମ ଜିଲ୍ଲା ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ହୋଇଥିବା ଚେକ ପୋଷ୍ଟ ଗସ୍ତ କରିଥିଲେ । ସେଠାରେ ପୋଲିସ ଯାଞ୍ଚ ବ୍ୟବସ୍ଥା ତଦାରଖ କରିବା ସହ ଯାଞ୍ଚ ପ୍ରକ୍ରିୟା କଡାକଡି କରିବାକୁ ପରାମର୍ଶ ଦେଇଛନ୍ତି । କୌଣସି ପରିସ୍ଥିତି ରେ ଜିଲ୍ଲା ବାହାର ଲୋକଙ୍କୁ ପ୍ରବେଶକୁ ପ୍ରଶୟ ନଦେବା ପାଇଁ ସେ ପୋଲିସ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ମେଡିକାଲ ପାସ ଥିବା ବ୍ୟକ୍ତିଙ୍କୁ ସେ ରେକର୍ଡରେ ନାମ ଠିକଣା ଓ ଅନୁମତି କାଗଜ ପତ୍ର ଯାଞ୍ଚ କରି ଜିଲ୍ଲା ଭିତରକୁ ପ୍ରବେଶ ପାଇଁ ଛାଡିବାକୁ କହିଛନ୍ତି । ଏଥିସହ ଭଞ୍ଜନଗର ଥାନାର ସମସ୍ତ ଗାଡି ଚାଳକ ସହ ୨୧ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଥାନା ସ୍ୱାଭାବିକ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ । ଥାନାରେ ଗାଡି ଚାଳକଙ୍କ ଅଭାବକୁ ଦୃଷ୍ଟିରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସହ ଆଲୋଚନା କରି କିଭଳି ଭାବେ ଅତିଶୀଘ୍ର ଏହି ସମସ୍ୟା ଦୂର କରାଯାଇପାରିବ ତାହା ଆଲୋଚନା କରିଥିଲେ ।
ଏହାପରେ ସୋରଡ଼ା ରେ ଥିବା ଗାଜଲବାଡ଼ି ଚେକପୋଷ୍ଟ ଯାଇ ସେଠାକାର ବ୍ୟବସ୍ଥା ତଦାରଖ କରିଛନ୍ତି । ଏଥିସହ ଉପଖଣ୍ଡରେ ଥିବା ୫ଟି ଥାନାର ତଦାରଖ କରିବା ପାଇଁ ଉପଖଣ୍ଡରେ ନୂତନ ଭାବେ ଦାଇତ୍ୱ ନେଇଥିବା ଡ଼ି.ଏସ.ପି ଆଲେଖସିୟୁସ କିସପଟା ଙ୍କ ସହ ଆଲୋଚନା କରିଥିଲେ । ଏସ.ପି ଙ୍କ ଏହି ଗସ୍ତ ସମୟରେ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନାଧିକାରୀ ସୁଦୀପ୍ତ କୁମାର ସାହୁ, କରସିଂ ଚେକ ପୋଷ୍ଟ ଠାରେ ବୁଗୁଡ଼ା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ଓ ଜଗନ୍ନାଥ ପ୍ରସାଦ ଥାନାଧିକାରୀ ଯୁବରାଜ ସ୍ୱାଇଁ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।