ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ସଙ୍କଟ ମଧ୍ୟରେ ମହାରାଷ୍ଟ୍ରରେ ମାସ୍କ, ସାନିଟାଇଜର ଏବଂ ଔଷଧର କଳାବଜାରୀ ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ କରୋନା ଔଷଧ ରେମଡେସିଭିର ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି । ଏହି ଔଷଧ ଏବେ ଲୋକଙ୍କୁ ଡାକ୍ତରଙ୍କ ପରାମର୍ଶ, କୋଭାବିଡ୧୯ ପଜିଟିଭ୍ ରିପୋର୍ଟ ଏବଂ ଆଧାରକାର୍ଡ ଦେଖାଇବା ପରେ ଯାଇ ମିଳିବ ।
ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିକଟରେ ରାଜ୍ୟରେ ରେମଡେସିଭିର ଏବଂ ତୋସାଲିଜୁମାବ ଔଷଧ ଅଭାବ କୁ ନେଇ ଏଫଡିଏ ଅଧିକାରୀ ଏବଂ ମୁମ୍ବାଇ ପୋଲିସ ସହିତ ଏକ ବୈଠକ କରିଛନ୍ତି । ଏନେଇ ଅନୀଲ ଦେଶମୁଖ କହିଛନ୍ତି କି, ରେମଡେସିଭିରର କଳାବଜାରି ରୋକିବା ପାଇଁ ଏଫଡିଏ ଏବଂ ପୋଲିସ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯଦି କୌଣସ ବ୍ୟକ୍ତି ଏହି ଔଷଧ କଳାବଜାରୀ କରୁଥିବାର ଧରାପଡନ୍ତି ତେବେ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ମହାରାଷ୍ଟ୍ରର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ମନ୍ତ୍ରୀ ରାଜେନ୍ଦ୍ର ସିଂହ କହିଛନ୍ତି କି , କୋଭିଡ୧୯ ଔଷଧର ଅଭାବ ଏବଂ କଳାବଜାରୀ କୁ ଦୃଷ୍ଟିରେ ରଖି ଅଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି । ଆଧାରକାର୍ଡ ନମ୍ବରରୁ ଜଣାପଡିବ କି ଔଷଧ କାହାକୁ ଦିଆଯାଇଛି ।