ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗତ କିଛି ଦିନ ହେବ ଲଗାତାର ଭାବେ ରାଜଧାନୀ ଭୁବନେଶ୍ୱରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଭୁବନେଶ୍ବରରୁ ରେକର୍ଡ ସଂଖ୍ୟକ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୭୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ୩୨୭ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ନଜର ପକାଇବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରଭେଲ ହିଷ୍ଟ୍ରି ଉପରେ
• ଆଜି ଲୁଇସ ରୋଡରୁ ଜଣେ ୨୪ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• କଳିଙ୍ଗ ବିହାରରୁ ଜରେ ୩୬ ବର୍ଷିୟ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ୠକ୍ଷ୍ମୀ ସାଗରରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣପୁରୁଷ ବୟସ ୫୭, ୩୮, ୩୪, ହୋଇଥିବା ବେଳେ ୬ ଜଣ ମହିଳା ବୟସ ୫୦, ୨୩, ୩୦, ୨୭, ଓ ୨୬ ବର୍ଷ । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ୟୁନିଟ-୫ ବସ୍ତି ନିକଟରୁ ଜଣେ ୪୪ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ସତ୍ୟ ବିହାରରୁ ଜଣେ ୩୮ ବର୍ଷୀୟ ମହିଳା ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ବିହାରରୁ ଫେରି କ୍ୱାରାଣ୍ଟାଇନରେ ଥିଲେ ।
• ଏକ ଘରୋଇ ହସ୍ପିଟାଲରର ଜଣେ ୩୫ ବର୍ଷିୟ ପୁରୁଷ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ବରମୁଣ୍ଡାରୁ ଜଣେ ୪୫ ବର୍ଷିୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ବରମୁଣ୍ଡାରୁ ଜଣେ ୨୯ ବର୍ଷିୟ ମହିଳା ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ଏକ ଘରୋଇ ହସ୍ପିଟାଲର ଜଣେ ୨୦ ବର୍ଷିୟ ପୁରୁଷ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି ।ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ମଞ୍ଚେଶ୍ୱରରୁ ଜଣେ ୪୩ ବର୍ଷିୟ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନିକଟରେ ତାଙ୍କ ପରିବାରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେ କ୍ୱାରାଣ୍ଟାଇନରେ ରହିଥିଲେ ।
• ବାହାର ଜିଲ୍ଲାର ଜଣେ ୨୪ ବର୍ଷିୟ ମହିଳା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ ।
• ଆଚାର୍ଯ୍ୟ ବିହାରରୁ ଜଣେ ୨୩ ବର୍ଷିୟ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ସାଲିଆ ସାହିରୁ ଜଣେ ୪୦ ବର୍ଷିୟ ମହିଳା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ନୟାପଲ୍ଲୀର ଗୋଟିଏ ପରିବାରରୁ ୨ ଜଣ ମହିଳା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ବୟସ ୫୧ ଓ ୪୦ । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ସରକାରୀ ମେଡିକାଲର ଦୁଇ ଜଣ ପୁରୁଷ ସିକ୍ୟୁରିଟ ଗାର୍ଡ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ବୟସ ୪୫ ଓ ୨୦ । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ଏକ ଘରୋଇ ହସ୍ପିଟାଲର ଜଣେ ୨୯ ବର୍ଷିୟ ମହିଳା କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ବିହାରରୁ ଫେରି କ୍ୱରାଣ୍ଟାଇନରେ ଥିଲେ ।
• ଚନ୍ଦ୍ରଶେଖରପୁରରୁ ଜଣେ ୩୭ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି ।ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ବ୍ରହ୍ମେଶ୍ୱର ପାଟଣାର ଗୋଟିଏ ପରିବାରରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ବେଳେ ଜଣେ ୪୨ ବର୍ଷିୟ ପୁରୁଷ ଓ ୪ ଜଣ ମହିଳା ରହିଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ଚକେଇଶିଆଣିରୁ ଜଣେ ୧୪ ବର୍ଷିୟ ଶିଶୁ ସଂକ୍ରମିତ ହୋଇଛନ୍ତି ।ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ନିଳାଦ୍ରି ବିହାରରୁ ଜଣେ ଜଣେ ୨୫ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ପଶ୍ଚିମ ବଙ୍ଗର ଫେରି କ୍ୱାରାଣ୍ଟାଇନରେ ରହିଥିଲେ ।
• ଭିମଟାଙ୍ଗୀରୁ ଜଣେ ୨୯ ବର୍ଷିୟ ମହିଳା ସଂକ୍ରମିତ ହୋଇଛନ୍ତି ।
• ଲକ୍ଷ୍ମୀ ସାଗରରୁ ଗୋଟିଏ ପରିବାରରୁ ଜଣେ ୨୯ ବର୍ଷିୟ ମହିଳା ଓ ୮ ବର୍ଷିୟ ଶିଶୁ ଆକ୍ରାନ୍ତ ହୋଇଛନ୍ତି ।
• ସାଲିଆ ସରହିରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ଏମାନେ ହଟ୍ ସ୍ପଟ୍ ଜିଲ୍ଲାରୁ ଫେରିଥିଲେ ।
• ଚକେଇଶିଆଣିରୁ ଜଣେ ୪୮ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି ।
• ଭୋଇ ନଗରରୁ ଗଣେ ୩୬ ବର୍ଷିୟ ମହିଳା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଫେରିଥିଲେ ।
• ସତ୍ୟ ନଗରରୁ ଜଣେ ୨୨ ବର୍ଷିୟ ପୁରୁଷ ଓ ଜଣେ ୩୯ ବର୍ଷିୟ ମହିଳା ସଂକ୍ରମିତ ହୋଇଛନ୍ତି । ନିକଟରେ ଏମାନେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଛନ୍ତି ।
• ଭୋଇ ନଗର ସୁକା ବିହାରରୁ ଜଣେ ୩୦ ବର୍ଷିୟ ମହିଳା ଆକ୍ରାନ୍ତ ହୋଇଛନ୍ତି ।
• କଳିଙ୍ଗ ନଗରରୁ ଜଣେ ୬୦ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଥିଲେ ।
• ପୋଖରୁଫୁଟରୁ ଜଣେ ୭୫ ବର୍ଷିୟ ମହିଳା ଆକ୍ରାନ୍ତ ହୋଇଛନ୍ତି ।ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଥିଲେ ।
• ପୋଖରୁଫୁଟରୁ ଜଣେ ୫୫ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଥିଲେ ।
• ଡୁମୁଡୁମାରୁ ୪ ଜଣ ପୁରୁଷ ବୟସ ୪୦, ୨୯, ୪୨ ଓ ୨୯ ବର୍ଷ ।
• ମଞ୍ଚେଶ୍ୱରରୁ ଦୁଇ ଜଣ ପୁରୁଷ ବୟସ ୪୨ ଓ ୧୮ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଏମାନେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଥିଲେ ।
• ଆଚାର୍ଯ୍ୟ ବିହାରରୁ ଜଣେ ୧୯ ବର୍ଷିୟ ଯୁବତି ସଂକ୍ରମିତ ହୋଇଛନ୍ତି ।ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଥିଲେ ।
• ନିଳାଦ୍ରି ବିହାରରୁ ଜଣେ ୩୦ ବର୍ଷିୟ ମହିଳା ସଂକ୍ରମିତ ହୋଇଛନ୍ତି ।ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଥିଲେ ।
• ଅନ୍ୟପଟେ ଭୁବନେଶ୍ୱରରୁ ଆଜି ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ୩୨୭ ଜଣ ସୁସ୍ଥ ହୋଇଥିବା ବେଳେ ୩୬୮ଟି ସକ୍ରିୟ କେସ୍ ରହିଛି ।
ସୂଚନାଯୋଗ୍ୟ ରାଜ୍ୟରେ ଆଜି ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧ରେ ପହଞ୍ଚିଛି । ସେଥିମଧ୍ୟରୁ ୮ ହଜାର ୩୬୦ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୬୭୭ଟି ସକ୍ରିୟ କେସ୍ ରହିଛି ।