ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୫୪୩ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 13th July
New Positive Cases: 543
In Quarantine: 354
Local Contacts: 189(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 8
3. Bargarh: 3
4. Bhadrak :1
5. Bolangir : 5
6. Boudh: 7— I & PR Department, Odisha (@IPR_Odisha) July 14, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧, ବାଲେଶ୍ୱରର ୮, ବରଗଡର ୩, ଭଦ୍ରକର ୧, ବଲାଙ୍ଗିରର ୫, ବୌଦ୍ଧ ୭, କଟକର ୩୯, ଢେଙ୍କାନାଳର ୨, ଗଜପତିର ୨୯, ଗଞ୍ଜାମର ୧୮୮, ଜଗତସିଂହପୁରର ୧୫, ଯାଜପୁରର ୧, ଝାରସୁଗୁଡାର ୬, କେନ୍ଦ୍ରପଡାର ୧୦, କେନ୍ଦୁଝରର ୨୨, ଖୋର୍ଦ୍ଧାର ୮୭, ମାଲକାନାଗିରିର ୧୧, ମୟୂରଭଞ୍ଜର ୨୨ , ନୟାଗଡର ୧, ପୁରୀର ୭, ରାୟଗଡାର ୨୪, ସୁନ୍ଦରଗଡର ୫୨ ଏବଂ ସମ୍ବଲପୁରର ୨ ଜଣ ରହିଛନ୍ତି । ସର୍ବମୋଟ ୨୩ ଟି ଜିଲ୍ଲାର ୫୪୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
23. Sundargarh: 52
New Recoveries: 505
Cumulative Tested: 347226
Positive: 14280
Recovered: 9255
Active Cases: 4929— I & PR Department, Odisha (@IPR_Odisha) July 14, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୮୦ କୁ ବୃଦ୍ଧି ପାଇଛି । ସେଥିରୁ ୯୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୪୯୨୯ ଜଣ ଚିକିତ୍ସିତ ହେଉଛନ୍ତି ।