ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିବିଏସଇ ବୋର୍ଡର ଦ୍ୱାଦଶ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇବା ପରେ ୧୦ମ ପରୀକ୍ଷାଫଳ କେବେ ପ୍ରକାଶ ପାଇବ ସେନେଇ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଥିଲେ । ଏହାକୁ ନେଇ ଏବେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କି ସିବିଏସଇ ବୋର୍ଡର ୧୦ ଶ୍ରେଣୀ ରେଜଲ୍ଟ ଜୁଲାଇ ୧୫ ରେ ପ୍ରକାଶ ପାଇବ । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
My dear Children, Parents, and Teachers, the results of class X CBSE board examinations will be announced tomorrow. I wish all the students best of luck.👍#StayCalm #StaySafe@cbseindia29
— Dr. Ramesh Pokhriyal Nishank (@DrRPNishank) July 14, 2020
ସେ ଟ୍ୱିଟ୍ କରି କହିଛନ୍ତି କି, ମୋର ପ୍ରିୟ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟତ୍ରୀ,ସିବିଏସଇ ବୋର୍ଡ ୧୦ମ ଶ୍ରେଣୀର ପରୀକ୍ଷା ଫଳାଫଳ ଆସନ୍ତାକାଲି ଘୋଷଣା କରାଯିବ । ଆପଣ ସମସ୍ତଙ୍କୁ ଶୁଭକାମନା ।
ସୂଚନାଯୋଗ୍ୟ, ପୂର୍ବବର୍ଷ ସିବିଏସଇ ବୋର୍ଡର ଦଶମ ପରୀକ୍ଷାରେ ୯୧.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଥିଲେ ।