ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ଜଂଗ । ଭାରତ ଉପରେ ବାରମ୍ବାର ଆକ୍ରମଣ କରିବାକୁ ପାକିସ୍ତାନ ଆଜି ପର୍ଯ୍ୟନ୍ତ ଚେଷ୍ଟା କରି ଆସୁଛି କିନ୍ତୁ ଭାରତର ଦୃଢ ସାମର୍ଥ୍ୟ ଆଗରେ ହାର ମାନିଛି । ଏବେ ମଧ୍ୟ ପାକିସ୍ତାନର ଆତଙ୍କି ଆକ୍ରମଣ ଅସଫଳ ହୋଇଛି । ପାକିସ୍ତାନର ଲୁଚି ରହିଥିବା ଏଜେନ୍ସି ଏବେ ନୂଆ ଚାଲ ଚଲାଉଛନ୍ତି । ପାକିସ୍ତାନର ଇସାରାରେ ଏବେ ଦେଶରେ ଉତ୍ତେଜନା ମୂଳକ ମେସେଜ ଓ ଫୋନ କଲର ବୃଦ୍ଧି ପାଉଛି । ଖାସ କରି ଏହା ଦିନକୁ ଦିନ ବଢୁଛି ଓ ଏହା ପାକିସ୍ତାନ ହିଁ କରୁଛି ବୋଲି କେନ୍ଦ୍ରୀୟ ଗୁପ୍ତ ଏଜେନ୍ସି ଦିଲ୍ଲୀ ପୁଲିସକୁ ଏହି ଇନପୁଟ୍ସ ଦେଇଛି । ଏହା ମିଳିବା ପରେ ଦିଲ୍ଲୀ ପୁଲିସ ସ୍ପେସାଲ ସେଲ ଅପରାଧ ସାଖା ଆଲର୍ଟ ହୋଇଛି ।
ସ୍ପେସାଲ ସେଲ୍ ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି, ଯେ ପାକିସ୍ତାନର ଗୁପ୍ତ ଏଜେନ୍ସିର ଇସାରାରେ ‘ସିଖ୍ ଫର୍ ଜଷ୍ଟିସ’ ନାମକ ପ୍ରତିବଂଧିତ ସଂସ୍ଥା ଦ୍ୱାରା ଜନଭାବନାକୁ ଉତ୍ତେଜିତ କରୁଥିବା ଭଳି ମେସେଜ ଓ ଫୋନ କଲ ପ୍ରାୟ ଏକ ମାସ ହେବ ଜାରି ରହିଛି । ଏହି ଫୋନ କଲ ଓ ମେସେଜରେ ଖାସ କରି ଦିଲ୍ଲୀକୁ ଖଲିସ୍ତାନ କରିବାକୁ ଧମକ ଆସୁଛି । ଖଲିସ୍ତାନ ଜାହାକି ସିଖ୍ ଧର୍ମୀଙ୍କର ଏକ ଆନ୍ଦୋଳନ ଓ ଏହା ସିଖଙ୍କ ପାଇଁ ଭିନ୍ନ ବାସଗୃହ ଓ ଏକ ଭିନ୍ନ ରାଜ୍ୟ ଗଢିବା ପାଇଁ ଏକ ନକାରାତ୍ମକ ନାରା ।
ସ୍ପେସାଲ ସେଲ ପୁଲିସ ବର୍ତ୍ତମାନ ଏହା ଇନପୁଟ ଦେଇଛନ୍ତି ଯେ ଏହି ଉତେଜନା ମୂଳକ ମେସେଜ ଓ ଫୋନ କଲ ପ୍ରଥମେ ଦିଲ୍ଲୀ, ହରିଆନା ଓ ପଂଜାବର ଲୋକଙ୍କୁ ଆସୁଛି ଏବଂ ଏହା ଛଡା ମେଲ୍ ମାଧ୍ୟମରେ ଏହିପରି ଦଂଗା ଜନୀତ କପି ଆସୁଛି । ପୂର୍ବରୁ ଏହି ଫୋନ କଲ ଓ ମେସେଜ କମ ଆସୁଥିଲା କିନ୍ତୁ ଏବେ ଏହା ଅଧିକ ମାତ୍ରାରେ ଆସୁଛି । ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ ମାମଲା ଦାଖଲ କରିପାରେ । ଦିଲ୍ଲୀ ପୋଲିସ ସମେତ କେନ୍ଦ୍ରୀୟ ଗୁପ୍ତ ଏଜେନ୍ସି ମଧ୍ୟ ପୁରା ସ୍ଥିତି ଉପରେ ନଜର ରଖୁଛି । ଦିଲ୍ଲୀ ପୁଲିସ ଦିଲ୍ଲୀର ସବୁ ଜିଲ୍ଲାରେ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଏହି ଭଳି ମିଛ ଓ ନକାରାତ୍ମକ ମେସେଜ ଏବଂ ଫୋନ କଲ ଠାରୁ ଦୃରେଇ ରହିବା ଦରକାର । କାରଣ ଏହା ଦେଶର ସାର୍ବଭୌମତ୍ୱ ଉପରେ ବାଧା ପକାଇପାରେ ।