ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆପଣମାନେ ପ୍ରାୟତଃ ଦେଖିଥିବେ ବର୍ଷା ହେବା ପରେ ଯେଉଁ ଖରା ହୋଇଥାଏ । ସେତେବେଳେ ଘରୁ ବାହାରକୁ ବହାରିଲା ବେଳେ ଅନେକ ଲୋକ ସନଗ୍ଲାସ ବ୍ୟବହାର କରିଥାନ୍ତି । ଏହା କୌଣସି ଷ୍ଟାଇଲ ପାଇଁ ନୁହେଁ ବରଂ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସନଗ୍ଲାସର ବ୍ୟବହାର କରାଯାଇଥାଏ । ଯଦି ଆପଣ ଖାଲି ଆଖିରେ ଖରାରେ ବାହାରକୁ ବାହାରୁଛନ୍ତି, ତେବେ ଏହାଦ୍ୱରା ଆପଣଙ୍କ ଆଖି ସଂକ୍ରମଣ ହୋଇପାରେ । ଏହି ସଂକ୍ରମଣ ମଧ୍ୟରୁ ଆଖିଧରା ଏକ ମୁଖ୍ୟ ଅଟେ । ନାକ, କାନ ଏବଂ ଗଳାର ସଂକ୍ରମଣ ର କାରଣ ବି ଆଖିଧରା ହୋଇଥାଏ । ଏହି ସଂକ୍ରମଣର ଆରମ୍ଭ ଗୋଟେ ଆଖିରୁ ହୋଇଥାଏ, କିନ୍ତୁ ଖୁବ୍ ଶୀଘ୍ର ଏହା ଦ୍ୱିତୀୟ ଆଖିକୁ ଡେଇଁ ଥାଏ ।
ଆଖିଧରା ଏକ ବଡ ରୋଗ ନୁହେଁ । କିନ୍ତୁ ଆଖି ସଂକ୍ରମଣ ହେବା ଯୋଗୁଁ ଟିକେ କଷ୍ଟ ହୋଇଥାଏ । ପ୍ରକୃତରେ ବର୍ଷା ଋତୁ ଶରିବା ପରେ ବାୟୁ ପ୍ରଭାବରେ ପରିବର୍ତ୍ତନ ହୋଇଥାଏ । ଫଙ୍ଗସ ଏବଂ ମାଛି ଯୋଗୁଁ ଜୀବାଣୁ ଜନ୍ମ ହୋଇଥାନ୍ତି । ଏହି ଜୀବାଣୁ ଗୁଡିକ ଆଖିର ଧଳା ଅଂଶରେ ଲୁଚି ରହି ଯାଇଥାନ୍ତି । ସେଥିପାଇଁ ଆଖିଧରା ହୋଇଥାଏ ।
ଏହାର ଲକ୍ଷଣ
– ଆଖି ଲାଲ ହେବା ଏବଂ ପୋଡିବା
– ବାରମ୍ବାର ଆଖିରୁ ପାଣି ବାହାରିବା
– ଆଖି କୁଣ୍ଢେଇ ହେବା
– ଆଖି ପତ୍ତା ଜକେଇବା
– ଆଖି ଫୁଲିବା
ଏହାର ଉପଚାର
– ଆଖି ଧରିଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇ ଆଖି ଡ୍ରପ କିମ୍ବା ଅଏଣ୍ଟପଏଣ୍ଟ ବ୍ୟବହାର କରନ୍ତୁ ।
– ସବୁବେଳେ ହାତକୁ ହ୍ୟାଣ୍ଡୱାସରେ ଧୁଅନ୍ତୁ ।
– ଥଣ୍ଡା ପାଣିରେ ବାରମ୍ବାର ଆଖି ଧୁଅନ୍ତୁ ।
– କୌଣସି ସଂକ୍ରମଣ ବ୍ୟକ୍ତିଙ୍କ ଶଂସ୍ପର୍ଷରେ ଆସନ୍ତୁ ନାହିଁ ।
– ହାତ ଲଗାନ୍ତୁ ନାହିଁ ।
– ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ ।