ଆଗ୍ରା ( ଏଟିଆର ବ୍ୟୁରୋ): ଆଗ୍ରାରେ ଆଜି ଏକ ବଡ ଧରଣର ବସ ଦୂର୍ଘଟଣା ଘଟିଛି । ଆଜି ଭୋରୁ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସ ୱେରେ ଆଜି ସକାଳ ୫ ଟା ସମୟରେ ଏକ କାର ଓ ଯାତ୍ରାବାହୀ ବସ ମଧ୍ୟରେ ଧକ୍କ୍। ହୋଇଥିଲା । ଧକ୍କାଦେବା ପରେ ବସଟି ରାସ୍ଥା କଡକୁ ଖସି ପଡିଥିଲା । ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।
ବସଟି ଉତ୍ତର ପ୍ରଦେଶର କନୌଜ ସୌରୀଖ ନିକଟରେ ବିହାରର ଦରଭଙ୍ଗାରୁ ବାହାରିଥିଲା । ତେବେ ଦୁର୍ଘଟଣା ପରେ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ବସ ଭିତରୁ ଉଦ୍ଧାର କରାଯାଇ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି । ତେବେ ଆଗକୁ ମୃତକଙ୍କ ବଢିବାର ଆଶଙ୍କା ରହିଛି ।