ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ମାତା ସୀତା ଏବଂ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏମାନଙ୍କ ସମର୍ପଣ ଏବଂ ଅତୁଟ ଭଲ ପାଇବା ସଂସାରରେ ସର୍ବଶ୍ରେଷ୍ଟ କୁହାଯାଇଥାଏ । ଦୁହେଁ ଦୁହିଁଙ୍କଠାରୁ ଦୂରରେ ରହିଲା ପରେ ମଧ୍ୟ ଭଲ ପାଇବା ଏବଂ ସମ୍ମାନ ପାଇଁ ଏମାନଙ୍କ ସଂପର୍କ ଦୃଢ଼ ରହିଥାଏ । ସେଥିପାଇଁ ଭଗବାନ ଶ୍ରୀରାମ ଏବଂ ସୀତାଙ୍କ ଏକ ଫଟୋ ପୂଜା କଲେ ଘରେ ସୁଖ ଶାନ୍ତି ସହିତ ଭଲ ପାଇବା ବଢ଼ିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନ ଶ୍ରୀରାମ ଏବଂ ସୀତାଙ୍କୁ ପୂଜା କରିବା ଦ୍ୱାରା ପତୀ-ପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ ।
ପୂର୍ବରୁ ବିଶ୍ୱାସ ରହିଛି ଯେ ଭଗବାନ ଶ୍ରୀରାମ ଏବଂ ସୀତାଙ୍କ ଏହି ମୁଖ୍ୟ ଫଟୋକୁ ପୂଜା କଲେ ପତୀ-ପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବଢିବା ସହିତ ଦୁହେଁ ଦୁହିଁଙ୍କୁ ସମ୍ମାନ ଦେଇଥାନ୍ତି । ଏହି ମୁଖ୍ୟ ଫଟୋରେ କେବଳ ଭଗବାନ ରାମ-ସୀତା ଦୁହେଁ ସିଂହାସନ ଉପରେ ବସିଥିବା ଦରକାର । ଏହି ଫଟୋ ପାରିବାରିକ ସୁଖ ଶାନ୍ତି ପାଇଁ ଉପଯୁକ୍ତ ହୋଇଥାଏ । ସେଥିପାଇଁ ଘରକୁ ଫଟୋ ନେବା ବେଳେ ଧ୍ୟାନ ରଖନ୍ତୁ ଯେ ଏହି ଫେଟୋରେ କେବଳ ରାମ-ସୀତା ରହିବା ଉଚିତ୍ ।
ପତୀ-ପତ୍ନୀ ଦୁହେଁ ମିଶି ଏହି ଫଟୋକୁ ଶୁକ୍ରବାର ଦିନ ଘରେ ସ୍ଥାପନା କରି ପୂଜାର୍ଚ୍ଚନା କରନ୍ତୁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନ ମଜବୁତ ହେବା ସହ ଘର ସୁଖ ଶାନ୍ତିରେ ପୁୁରି ଉଠିବ ।