ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରସ୍ତାବିତ ନୂତନ ମନ୍ଦିରର ଡିଜାଇନ୍ ପ୍ରସ୍ତୁତ ହୋଇଯାଇଛି । ଟ୍ରଷ୍ଟ୍ର ପକ୍ଷରୁ ଏହି ମନ୍ଦିରର ନାମ ଶ୍ରୀରାମଜନ୍ମଭୂମି ରଖାଯାଇଛି । ଏହି ମନ୍ଦିରର ଆକାର ଏବେ ବଢି ୮୪ ହଜାର ୬ ଶହ ବର୍ଗଫୁଟ ହୋଇଯାଇଛି, ଯାହା ପୂର୍ବ ପ୍ରସ୍ତାବିତ ମନ୍ଦିର ତୁଳନାରେ ୧୦ ହଜାର ବର୍ଗଫୁଟ ବଡ ।
ଏଥିରେ ଗୁଢ ମଣ୍ଡପ ସମେତ କିର୍ତ୍ତନ ଏବଂ ପ୍ରାର୍ଥନା ପାଇଁ ବି ମଣ୍ଡପ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମନ୍ଦିରରେ ୨୦ ହଜାର ଭକ୍ତଙ୍କ କ୍ଷମତା ରହିଥିଲା କିନ୍ତୁ ଏବେ ୫୦ ହଜାରରୁ ଅଧିକ ଲୋକ ଏକସଙ୍ଗରେ ବସି ପୂଜାର୍ଚ୍ଚନା କରିପାରିବେ ।
ଭୂମିପୂଜାର ୧୫ ଦିନ ପୂର୍ବରୁ ଗୁଜୁରାଟର ଅହମଦାବାଦରେ ରହୁଥିବା ପ୍ରସିଦ୍ଧ ବାସ୍ତୁବିଦ୍ ଚନ୍ଦ୍ରକାନ୍ତ ସୋମପୁରାର ଦୁଇ ପୁତ୍ର ନୀଖିଳ ଏବଂ ଆଶିଷ ମଙ୍ଗଳବାର ଶ୍ରୀରାମମନ୍ଦିରରେ ଲାଗିବାକୁ ଥିବା ଗୋଟେ ଗୋଟେ ସ୍ତମ୍ବ ସମେତ ପଥର ଛାତର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ।
ଏନେଇ ଆଶିଷ ଚନ୍ଦ୍ରକାନ୍ତ ସୋମପୁରା କହିଛନ୍ତି କି, ପୁରା ମନ୍ଦିରର କୌଣସି ବି ସ୍ଥାନରେ ଷ୍ଟିଲର ବ୍ୟବହାର କରାଯିବ ନାହିଁ । ପୁରା ମନ୍ଦିର ପଥରରେ ନିର୍ମାଣ କରାଯିବ । ମନ୍ଦିରରେ ପଥରର ବିଭିନ୍ନ ଆଇଟମ କାଲ୍କୁଲେସନର ଫାଇନାଲ କରାଯିବ ।