ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିଲ୍ଲୀରେ ଏୟାର ଫୋର୍ସ କମାଣ୍ଡରଙ୍କ ସହିତ ଏକ ବୈଠକ କରିଛନ୍ତି । ଏହି ଅବସରରେ ବାୟୁସେନାଙ୍କୁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ରାଜନାଥ ସିଂ ।
ରିପୋର୍ଟ ମୁତାବକ, ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲଦାଖରେ ବାୟୁସେନାର ଭୂମିକାକୁ ପ୍ରଶଂସା କରି କହିଛନ୍ତି କି, ଆମକୁ ସତର୍କ ରହିବାର ଆବଶ୍ୟକତା ରହିଛି । ଯଦି ଭାରତ-ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ ତେବେ ସର୍ଟ ନୋଟିସ ରେ ହିଁ ବାୟୁସେନାକୁ ପ୍ରସ୍ତୁତ ହେବାକୁ ପଡିବ ।
ଗଲୱାନ ପରେ ବାୟସେନାର କମାଣ୍ଡର୍ସଙ୍କ ଏହା ପ୍ରଥମ ବଡ ବୈଠକ । ଜୁଲାଇ ୨୨ ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ୩ ଦିନ ଯାଏଁ ଚାଲିବାକୁ ଥିବା ଏହି କନଫରେନ୍ସ ରେ ଏଲଲସିରେ ଚୀନ୍ ସହିତ ଚାଲିଥିବା ବିବାଦ, ଏୟାର ଫୋର୍ସର ପ୍ରସ୍ତୁତି ଏବଂ ଉପଲବ୍ଧତାକୁ ନେଇ ଚର୍ଚ୍ଚା ହେବ ।