ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ବନ୍ଦ ରହିଛି ସ୍କୁଲ ଓ କଲେଜ । ଛାତ୍ରଛାତ୍ରୀମାନେ ଘରେ ଅନଲାଇନ୍ କ୍ଲାସ କରୁଛନ୍ତି । ଏହାରି ଭିତରେ ଯେପରି ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ସୃଷ୍ଟି ନହେବ ସେଥିପାଇଁ ସ୍କୁଲ ଓ ଗଣଣିକ୍ଷା ବିଭାଗ ପକ୍ଷରୁ ଏକ ନିଷ୍ପତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ଛାତ୍ରଛତ୍ରୀଙ୍କ ସ୍କୁଲ ସିଲାବସ୍ କମିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ଶ୍ରୀ ଦାସ କହିଛନ୍ତି କି, ସିଲାବସ୍ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ମିଳିଛି । ମାତ୍ର କେତେ ପ୍ରତିଶତ ସିଲାବସ୍ କମିବ ତାହା ସ୍ଥିର ହେବା ପରେ ଯାଇ ପିଲାଙ୍କୁ ଜଣାଇ ଦିଆଯିବ । ଏହାସହିତ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ କେତେ ସିଲାବସ୍ କମିବ ତାହା ସିକ୍ରେଟ ଏକ୍ସପଟ କମିଟି ନିଷ୍ପତି ନେବେ । ସେହିପରି ଯୁକ୍ତ ଦୁଇ ସିଲାବସ୍ କମିବା ନେଇ ସିଏଚଏସଇ ନିଷ୍ପତି ନେବେ । କାରଣ କେବେ ସ୍କୁଲ ଫିଟିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁ ନାହିଁ ।