ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ); ବିଶ୍ୱର କରୋନା ସ୍ଥିତିକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ନୋବେଲ ପୁରସ୍କାର ସମାରୋହ ସ୍ଥଗିତ ରଖାଗଲା । ନୋବେଲ ଫାଉଣ୍ଡେସନ ପକ୍ଷରୁ ଏହି ଘୋଷଣା କରାଯାଇଛି । ନୋବେଲ ଫାଉଣ୍ଡେସନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲର୍ସ ହେକେନଷ୍ଟେନ କହିଛନ୍ତି କରୋନାଳ ଯେଉଁଭଳି ଭାବେବୃଦ୍ଧି ପାଉଛି । ଏହିଭଳି ଏକ ସାଂମ୍ପ୍ରତିକ ସମୟରେ ସମାରୋହ କରିବା ସମ୍ଭବ ନୁହେଁ ।
ଡିସେମ୍ବର ମାସରେ ଷ୍ଟକ ହୋମରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିଭଳି ଅକ୍ଟୋବର ୫ ରୁ ୧୨ ଭିତରେ ପୁରସ୍କାର ଘୋଷଣା କରାଯାଇଥାଏ । ସୂଚନାଯୋଗ୍ୟ ନୋବେଲ ପୁରସ୍କାର ଦିଆଯିବା ରାତ୍ରିରେ ଷ୍ଟକ ହୋମରେ ୧୩ ଶହ ଅତିଥିଙ୍କ ପାଇଁ ଏକତ୍ର ରାତ୍ରି ଭୋଜର ଆୟୋଜିତ କରାଯାଇଥାଏ । ତେଣୁ ଏବର୍ଷ ପରିସ୍ଥିତ ଭଲ ନଥିବାରୁ ଏତେ ଲୋକଙ୍କୁ ଏକତ୍ର କରିବା ସମ୍ଭବ ନୁହେଁ ।
ତେଣୁ ନୂଆ ତାରିଖ କେବେ ଘୋଷଣା ହେବ ତାହା ସ୍ଥିର ହୋଇନାହିଁ । ଏହି ପୁରସ୍କାର ଉତ୍ସବରେ ମେଡ଼ିସିନ, ଫିଜିକ୍ସ, କେମିଷ୍ଟ୍ରି, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ର କ୍ଷେତ୍ରରେ ପୁରସ୍କୃତ କରାଯାଇଥାଏ ।