ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦେଶରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନା ମହାମାରୀ । ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ଟପି ସାରିଲାଣି । ଏହାସହିତ ଦିନକୁ ଦିନ କରୋନାର ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ହେଉଥିବା ଜାଣିବାକୁ ମିଳୁଛି । ଏହି ଭାଇରସକୁ ରୋକିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ରିସର୍ଚ୍ଚରେ ଲାଗି ପଡିଛନ୍ତି । ସେହିଅନୁଯାୟୀ ଏହି ସଂକ୍ରମଣକୁ କମ କରିବା ପାଇଁ ତଥା ସଂକ୍ରମଣକୁ ଚିହ୍ନିବା ପାଇଁ ଏବେ ଏକ ସ୍ମାର୍ଟ ହେଲମେଟ ତିଆରି କରାଯାଇଛି ।
ଭାରତୀୟ ଜେନ୍ ସଂଗଟନ ମହାରାଷ୍ଟ୍ର ପକ୍ଷରୁ ମୋଟ ୪ଟି ସ୍ମାର୍ଟ ହେଲମେଟ୍ ତିଆରି କରାଯାଇଛି । ସେଥିରୁ ୨ ଟି ହେଲମେଟ୍ ର ବ୍ୟବହାର ମୁମ୍ବାଇରେ କରାଯାଉଛି । ଏହି ହେଲମେଟ ଦ୍ୱାରା ଏକ ମିନିଟ୍ ରେ ୨୦୦ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । କରୋନା ଭାଇରସକୁ ଚିହ୍ନିବା ପାଇଁ ଏହି ଉପାୟ ଆପଣା ଯାଇଛି ।
ବିଏମସି ର ଭଲିଣ୍ଟିଅର୍ସମାନେ ଗାଁ ଗାଁ ବୁଲି ଲୋକଙ୍କୁ ସ୍ମାର୍ଟ ହେଲମେଟ ଲଗାଇ ଥର୍ମାଲ ସ୍କ୍ରିନିଂ କରୁଛନ୍ତି । ଏହାଦ୍ୱାରା ଅଧିକ ମାତ୍ରାରେ ସ୍କ୍ରିନିଂ ହୋଇପାରୁଛି ।
ଭଲିଣ୍ଟିଅର୍ସଙ୍କ କହିବାନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଜ୍ୱର ଥିବ ତେବେ ଏହି ହେଲମେଟ ବାଜିବା ଆରମ୍ଭ କରିବ ଏବଂ ଲାଲବତୀ ଜଳିବ । ସେହିଅନୁସାରେ ତାପମାନ ଅଧିକ ଥିବା ଜଣାପଡିବ । ଏହି ହେଲମେଟ ଦ୍ୱାରା ଏପର୍ଯ୍ୟନ୍ତ ୧୫ ହଜାର ଲୋକଙ୍କର ସ୍କ୍ରିନିଂ ହୋଇସାରଲାଣି ।