ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି କରୋନା । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୫୯୪ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୬୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୨୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 23rd July
New Positive Cases: 1594
In Quarantine: 1067
Local Contacts: 527(Details of local contacts will be shared by concerned District Administration)
District Wise Cases
1. Angul: 10
2. Balasore: 22
3. Bargarh: 8
4. Bhadrak: 60
5. Balangir: 6— I & PR Department, Odisha (@IPR_Odisha) July 24, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୦, ବାଲେଶ୍ୱରର ୨୨, ବରଗଡର ୮,ଭଦ୍ରକର ୬୦, ବଲାଙ୍ଗିରର ୬, ବୌଦ୍ଧର ୪୧, କଟକର ୧୩୬, ଢେଙ୍କାନାଳର ୨, ଗଜପତିର ୩, ଗଞ୍ଜାମର ୭୩୨, ଜଗତସିଂହପୁରର ୩, ଯାଜପୁରର ୫, ଝାରସୁଗୁଡାର ୮, କଳାହାଣ୍ଡିର ୧, କନ୍ଧମାଳର ୧୭, କେନ୍ଦ୍ରାପଡାର ୯, ଖୋର୍ଦ୍ଧାର ୩୨୦, କେନ୍ଦୁଝରର ୨୦, କୋରାପୁଟର ୩୩, ମାଲକାନାଗିରିର ୯, ମୟୂରଭଞ୍ଜର ୩୨ , ନବରଙ୍ଗପୁର ୩, ନୟାଗଡର ୧୦, ନୂଆପଡାର ୧, ପୁରୀର ୩୦, ସମ୍ବଲପୁରର ୧୩,ସୋନପୁର ୪ ଏବଂ ସୁନ୍ଦରଗଡର ୫୬ ଜଣ ରହିଛନ୍ତି । ସର୍ବମୋଟ ୨୮ ଟି ଜିଲ୍ଲାର ୧୫୯୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Nawarangpur: 3
23. Nayagarh: 10
24. Nuapada: 1
25. Puri: 30
26. Sambalpur: 13
27. Sonepur: 4
28. Sundargarh: 56New Recoveries: 643
Cumulative Tested: 433578
Positive: 22693
Recovered: 14392
Active Cases: 8148— I & PR Department, Odisha (@IPR_Odisha) July 24, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ କୁ ବୃଦ୍ଧି ପାଇଛି । ସେଥିରୁ ୧୪୩୯୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୮୧୪୮ ଜଣ ଚିକିତ୍ସିତ ହେଉଛନ୍ତି ।