ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ କରୋନା ମହାମାରୀ ବେକାବୁ ହେବାକୁ ହୋଇଛି । ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳରେ ଏବେ କରୋନା ତାୟା ବିସ୍ତାର କରି ସାରିଲେଣି । ଗୋଟେ ପ୍ରକାର କହିବାକୁ ଗଲେ ରାଜ୍ୟରେ ଆରମ୍ଭ ହୋଇ ସାରିଲାଣି ଗୋଷ୍ଠୀ ସଂକ୍ରମଣ । ଏବେ ବିଧାନସଭାରେ କରୋନା ପସିଛି । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତ୍ତି ସୂର୍ଯ୍ୟ ନାରାୟଣ ପାତ୍ର ।
ବିଧାନସଭାରେ ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଏବେ ହୋମ ଆଇସୋଲେସନରେ ରହିବାକୁ ନିର୍ଦେଶ ଦିଆଯାଇଛି । ଏଇ ବିଧାନସଭା କମିଟି ମିଟିଂରେ ଯୋଗ ଦେଇଥିବା ଜଣେ ବିଧାୟକଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ବିଧାନସଭାର ସବୁ କର୍ମଚାରୀଙ୍କୁ ଟେଷ୍ଟ କରିବାକୁ କୁହାଯାଇଥିଲା । ଏବେ ୫ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି ।
ଯେଉଁଥି ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ବନ୍ଦ ରହିବ । ସେହିଭଳି ଆସନ୍ତା ମାସ ପହିଲାରେ ୩ ଦିନ ସରକାରୀ ଛୁଟି ରହିଥିବାରୁ ଆସନ୍ତା ଅଗଷ୍ଟ ୪ ତାରିଖରେ ଖୋଲିବ ।