ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରକାର ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ଡିଜେଲ ଦର ରେ ୧୩ ରୁ ୧୫ ପଇସା ବୃଦ୍ଧି କରାଯାଇଛି କିନ୍ତୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୮୦ ଟଙ୍କା ୪୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୮୧ ଟଙ୍କା ୭୯ ପଇସାରେ ପହଁଚିଛି । ସେହିପରି କୋଲକାତା, ମୁମ୍ବାଇ, ଚେନ୍ନାଇରେ ପେଟ୍ରୋଲ ଏକ ଲିଟର ପିଛା ଦର କ୍ରମଶଃ: ୮୨.୧୨, ୮୭.୧୯, ଏବଂ ୮୩.୬୩ ଟଙ୍କା ହୋଇଛି । ସେହିପରି ଡିଜେଲ ଲିଟର ପିଛା ଦର କ୍ରମଶଃ: ୭୬.୯୧, ୭୯.୯୭, ଏବଂ ୭୮.୭୩ ଟଙ୍କାରେ ପହଁଚିଛି ।
ପେଟ୍ରୋଲ ଏବଂ ଡିଜେଲ ଦର ଆପଣ ଏସଏମଏସ ଜରିଆରେ ଜାଣି ପାରିବେ । ଇଣ୍ଡିଆନ୍ ଅଏଲ ୱେବସାଇଟ ମୁତାବକ, ଆପଣଙ୍କୁ ଆରଏସପି ଏବଂ ଆପଣଙ୍କର ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତ୍ୟେକ ସହରର କୋଡ ଅଲଗା ଅଲଗା ହୋଇଥାଏ । ଯାହା ଆପଣଙ୍କୁ ଆଇଓସିଏଲ ୱେବସାଇଟରେ ମିଳିଯିବ ।