ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି କି, ମୋ ପ୍ରିୟ ପ୍ରଦେଶବାସୀ, ମୋ କୋଭିଡ୧୯ ଲକ୍ଷଣ ଦେଖାଦେଇଥିଲା, ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି । ମୋ ସମସ୍ତ ସାଥୀଙ୍କୁ ଅପିଲ କରୁଛି କି ଯେଉଁମାନେ ମୋ ସଂଶ୍ପର୍ଷରେ ଆସିଛନ୍ତି, ସେମାନେ ସମସ୍ତେ କରୋନା ଟେଷ୍ଟ କରନ୍ତୁ । ମୋର ନିକଟ ସମ୍ପର୍କୀୟ ଲୋକ କ୍ୱାରେଣ୍ଟାଇନରେ ରୁହନ୍ତୁ ।
मेरे प्रिय प्रदेशवासियों, मुझे #COVID19 के लक्षण आ रहे थे, टेस्ट के बाद मेरी रिपोर्ट पॉज़िटिव आई है। मेरी सभी साथियों से अपील है कि जो भी मेरे संपर्क में आए हैं, वह अपना कोरोना टेस्ट करवा लें। मेरे निकट संपर्क वाले लोग क्वारन्टीन में चले जाएँ।
— Shivraj Singh Chouhan (@ChouhanShivraj) July 25, 2020
ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ କରୋନା ଗାଇଡଲାଇନ୍ ସମ୍ପୂର୍ଣ୍ଣ ପାଳନ କରୁଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ କ୍ୱାରେଣ୍ଟାଇନ୍ ରେ ରଖିବି ଏବଂ ଚିକିତ୍ସିତ ହେବି । ମୋର ପ୍ରଦେଶବାସୀଙ୍କୁ ନିବେଦନ ସାବଧାନତା ଅବଲମ୍ବନ କରନ୍ତୁ ।