ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଜୋର ସୋରରେ ଚାଲିଛି ପ୍ରସ୍ତୁତି । ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ କରାଯିବ ଶିଳାନ୍ୟାସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଅନେକ ପ୍ରମୁଖ ବ୍ୟକ୍ତି ଯୋଗ ଦେବାର ଆଶା ରହିଛି । କିନ୍ତୁ ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଆଧିକାରିକ ରୂପେ ଘୋଷଣା ହୋଇନାହିଁ । କିନ୍ତୁ ରାମମନ୍ଦିର ନିର୍ମାଣ ସହ ଜଡିତ ପଦାଧିକାରୀମାନେ କହିଛନ୍ତି କି ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଆଯୋଧ୍ୟାକୁ ଆସିବେ ଏବଂ ମନ୍ଦିରର ଶିଳାନ୍ୟାସ କରିବେ ।
ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଦିନକୁ ବହୁତ ଖାସ୍ କରିବା ପାଇଁ ଖାସ୍ ପ୍ରସ୍ତୁତି ଚାଲିଛି । ଯାହାର ଦେଖାଶୁଣା ନିଜେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି । ଏହି ଭୂମି ପୂଜା କାର୍ଯ୍ୟକ୍ରମକୁ ଭଗବାନ ରାମଙ୍କ ବନବାସ ପରେ ଅଯୋଧ୍ୟା ଅଗମନ ଭଳି ଦେଖାଯାଉଛି ଏବଂ ଏହି ଅବସରରେ ସେହି ଭଳି ପ୍ରସ୍ତୁତି କରାଯାଉଛି ।
କୁହାଯାଉଛି କି ରାମ ବନବାସ ଫେରିବା ପରେ ଯେଉଁଭଳି ଭାବେ ଦୀପତ୍ସବ ଆୟୋଜନ କରାଯାଇ ଭଗବାନ ରାମଙ୍କୁ ଆଯୋଧ୍ୟାରେ ସ୍ୱାଗତ କରାଯାଇଥିଲା । ଠିକ୍ ସେହିଭଳି ପ୍ରସ୍ତୁତି ଭୂମି ପୂଜାରେ ବି କରାଯାଉଛି । ଏହି ଅବସରରେ ଅଯୋଧ୍ୟାରେ ପ୍ରତ୍ୟେକ ଘର ଏବଂ ମନ୍ଦିରରେ ଦୀପ ଜାଳି ଉତ୍ସବ ପାଳିବାର ବ୍ୟବସ୍ଥା କରାଯାଉଛି ।