ମାଲକାନଗିରି ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଯୁଦ୍ଧ କରୁଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । ଏଇ ନିକଟରେ ମାଲକାନଗିରି ଆଦର୍ଶଥାନାରୁ ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ପରେ ଏବେ ଆଦର୍ଶ ଥାନାକୁ ୧ ସପ୍ତାହ ପାଇଁ ସିଲ କରାଯାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ସପ୍ତାହେ ମଧ୍ୟରେ ଥାନାକୁ ସାନିଟାଇଜ କରାଯିବ । ଅନ୍ୟପଟେ ଆଜି ମଧ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୦୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ଅତିକ୍ରମ କରିଛି ।