ରାୟଗଡା ( ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ଗୋଷ୍ଠୀ ସଂକ୍ରମଣ ଆଡକୁ ଅଗ୍ରଗତି କରୁଛି । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ମୁକାବିଲାରେ ଥିବା ଯୋଦ୍ଧାଙ୍କୁ କରୋନା ସଂକ୍ରମଣ ହେଉଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ଆଦର୍ଶ ଥାନାକୁ ସପ୍ତାହେ ପାଇଁ ସିଲ କରାଯାଇଥିବା ବେଳେ ଏବେ ରାୟଗଡା ଥାନାକୁ ୩ ଦିନ ପାଇଁ ସିଲ କରିଛି ପ୍ରଶାସନ ।
ରାୟଗଡାରେ ୧୪ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପାଇଁ ପ୍ରଶାସନ ୩ ଦିନ ପାଇଁ ଥାନାକୁ ସିଲ କରିଛି । ସୂଚନାଯୋଗ୍ୟ ୧୪ ଜଣ ସୁରକ୍ଷା ବାଟାଲିୟନ ଯବାନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ ଦିନ ମଧ୍ୟରେ ଥାନାକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଆଜିଏବେ ରାଜ୍ୟରେ ମୋଟ୍ ୧୬,୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୧୯ ରହିଛି। ସେହିଭଳି ରାୟଗଡା ଜିଲ୍ଲାରୁ ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।