ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ୫ ଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡାଣ ଭରିଛନ୍ତି । ଏହି ବିମାନ ପାଖାପାଖି ୭ ହଜାର କିଲୋମିଟର ଯାତ୍ରା କରିବା ପରେ ଆସନ୍ତା କାଲି ଅମ୍ବାଲା ବାୟୁସେନା ସିବିରରେ ପହଁଚିବ । ସେପଟେ ଏହି ବିମାନର ସ୍ୱାଗତ ପାଇଁ ଜୋରସୋରରେ ପ୍ରସ୍ତୁ୍ତି ଆରମ୍ଭ ହୋଇଯାଇଛି ।
ଅନ୍ୟପଟେ ଅମ୍ବାଲା ଏୟାର ବେସର ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ଅମ୍ବାଲାରେ ରାଫେଲର ମଙ୍ଗ ସ୍କ୍ୱାଡ୍ରନ୧୭ ସମ୍ଭାଳିବେ । କେବଳ ଏତିକି ନୁହେଁ ଅମ୍ବାଲା ଏୟାର ବେସର ତିନି କିଲୋମିଟର ପରିସରରେ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି ।
ବାୟୁସେନାର ଜଣେ ପ୍ରବକ୍ତା କହିଛନ୍ତି କି, ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବା ପାଇଁ ଔପଚାରିକ ସମାରୋହର ଆୟୋଜନ ଅଗଷ୍ଟ ମଧ୍ୟ ଭାଗରେ କରାଯିବ ।
ସେହିପରି ରାଫେଲ ଯୁଦ୍ଧ ବିମାନର ସ୍ୱାଗତ ପାଇଁ ବାୟୁସେନା ସିବିରକୁ ରଙ୍ଗ ବେରଙ୍ଗର ପତାକାରେ ସଜା ଯାଉଛି । କୁହାଯାଉଛି କି ବିମାନ ଏୟାର ବେସରେ ଲ୍ୟାଣ୍ଡ କରିବା ପରେ ପାଣି ବର୍ଷା କରାଯିବା ସହ ବାୟୁସେନାର ଧୁନ୍ ବି ବଜାଯିବ ।
ସୂଚନାଯୋଗ୍ୟ, ବାୟୁସେନା ପାଇଁ ୩୬ ଟି ରାଫେଲ ବିମାନ କିଣିବା ପାଇଁ ଚାରି ବର୍ଷ ପୂର୍ବେ ଫ୍ରାନ୍ସ ସହିତ ୫୯ ହଜାର କୋଟି ଟଙ୍କାର ଡିଲ କରିଥିଲା ଭାରତ । ଏହି ୫ ଟି ବିମାନ ମଧ୍ୟରୁ ତିନୋଟି ସିଙ୍ଗଲ ସିଟର ବିମାନ ଏବଂ ଦୁଇଟି ଡବଲ ସିଟର ବିମାନ ସାମିଲ ଅଛି ।