ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାମମନ୍ଦିର ନିର୍ମାଣ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆସନ୍ତା ମାସ ୫ ତାରିଖରେ ହେବ ଭୂମି ପୂଜା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି , ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରମୁଖ ମୋହନ ଭାଗବତ, ଲାଲକୃଷ୍ଣ ଆଡଭାନୀ ସମେତ ଅନେକ ନେତା ସାମିଲ ହେବେ ।
ସେପଟେ ମନ୍ଦିର ନିର୍ମାଣ ପାଇଁ ପ୍ରମୁଖ ପ୍ରବଚକ ମୋରାରୀ ବାପୁ ପାଞ୍ଚ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏହାବ୍ୟତିତ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି କି, ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତ ହିନ୍ଦୁଙ୍କ ଠାରୁ ଟଙ୍କା ଏକାଠି କରାଯିବ ।
ମୋରାରୀ ବାପୁ କହିଛନ୍ତି କି, ସର୍ବପ୍ରଥମେ ରାମଜନ୍ମଭୂମି ପାଇଁ ପାଞ୍ଚ କୋଟି ଟଙ୍କା ପଠାଯିବ, ଯାହା ପ୍ରଭୁ ଶ୍ରୀ ରାମଙ୍କ ଚରଣରେ ଏକ ତୁଳସୀପତ୍ର ରୂପେ ଉପହାର ହେବ ।