କଟକ ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଭିତରେ ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କଟକ ଓ ଭୁବନେଶ୍ୱର । ଆଜି ଗୋଟିଏ ଦିନରେ କଟକରୁ ୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୭ ଜଣ ସ୍ଥାନୀୟ ବାସନ୍ଦା ରହିଛନ୍ତି ।
ସେଇଭଳି ଅନ୍ୟ ୨ ଜଣ ମଧ୍ୟ ସ୍ଥାନୀୟ ଅଞ୍ଚଳର । ଏ ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏଏମସି ଟ୍ୱିଟ କରି ସୂଚନା ଦିଆଯାଇଛି । ଏବେ କଟକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩୩ ରେ ପହଞ୍ଚଞ୍ଚିଛି । ସେଥିମଧ୍ୟରୁ ୫୦୨ ଟା ଆକ୍ଟିଭ କେସ ରହିଥିବା ବେଳେ ୩୨୧ ଜଣ ବିଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।