ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗଷ୍ଟ ୫ରେ ହେବାକୁ ଯାଉଛି ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜନ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଞ୍ଚ ଉପରେ କେବଳ 4 ଜଣ ବ୍ୟକ୍ତି ବସିବ । ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦି ବେନ ପଟେଲ, ସଂଘ ପ୍ରମୁଖ ମୋହନ ଭଗବତ ଏବଂ ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ଉପସ୍ଥିତ ରହିବେ । ଏନେଇ ଶୁକ୍ରବାର ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି ।
ହୁଏତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ୨୦୦ ଅତିଥିଙ୍କ ସୂଚି ସାର୍ବଜନିକ କରି ଯାଇ ନାହିଁ । ସେପଟେ ଭୂମିପୂଜା ପାଇଁ ଅଯୋଧ୍ୟାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସଜେଇ ହେଉଛି ପୁରା ସହର ।
ସୂତ୍ର ମୂତାବକ, ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୫ ରେ ସକାଳ ୧୧.୧୫ ରେ ଅଯୋଧ୍ୟା ପହଁଚିବେ ଏବଂ ମଧ୍ୟାହ୍ନ ୨ ଟାରେ ଫେରିଯିବେ । ମୋଦି ସର୍ବ ପ୍ରଥମେ ହନୁମାନଗଢି ଯାଇ ଦର୍ଶନ କରିବା ପରେ ଭୂମି ପୂଜାରେ ସାମିଲ ହେବେ ।
ଭୂମିପୂଜାରେ କାର୍ଯ୍ୟକ୍ରମରେ କୌଣସି ଭିଡ ପରିଲିକ୍ଷିତ ହେବ ନାହିଁ । କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ । ଏହାସହିତ ପ୍ରତ୍ୟେକ ଲୋକଙ୍କୁ ଘରେ ରହ ଲାଇଭ ଟେଲିକାଷ୍ଟ ଜରିଆରେ ଭୂମି ପୂଜା ଦେଖିବାକୁ ସରକାର ଅପିଲ କରିଛନ୍ତି ।