ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାମ ମନ୍ଦିର ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ ଲୋକେ ଦାନ କରିବା ଆରମ୍ଭ କରିଦେଇଛନ୍ତି । ଭୂମି ପୂଜା ପୂର୍ବରୁ ଅଯୋଧ୍ୟାରେ ଚାନ୍ଦି ଇଟାର ବର୍ଷା ଆରମ୍ଭ ହୋଇଯାଇଛି । ହାଇଦ୍ରାବାଦ ପରେ ଏବେ ସୁରତରୁ ଚାନ୍ଦୀ ଇଟା ଅଯୋଧ୍ୟାକୁ ପଠାଯାଇଛି । ପୂର୍ବରୁ ହାଇଦ୍ରାବାଦର ଏକ ପରିବାର ଚାନ୍ଦୀର ୫ଟି ଇଟା ମନ୍ଦିରକୁ ଦାନ କରିଥିଲେ । ଏହାପରେ ଏବେ ସୁରତରୁ ଜୈନ ସନ୍ଥଙ୍କ ଦ୍ୱାରା ଆଯୋଧ୍ୟାକୁ ୧୧ କିଲେ ଇଟା ପଠାଯାଇଛି ।
ଅଯୋଧ୍ୟାରେ ତିନି ଦିନିଆ ବୈଦିକ ଅନୁଷ୍ଠାନ ଭବ୍ୟ ଭୂମି ପୂଜା ପୂର୍ବରୁ କରାଯିବ । ଏହି ଅନୁଷ୍ଠାନ ମୂଳଦୁଆ ପଥର ରୂପେ ୪୦ କିଲୋଗ୍ରାମର ଚାନ୍ଦୀ ଇଟା ସ୍ଥାପନା କରାଯିବ । ଏହି ଅନୁଷ୍ଠାନ ଅଗଷ୍ଟ ୩ ରେ ଗୌରୀ ଗଣେଶ ପୂଜା ସହିତ ଆରମ୍ଭ ହେବ ଏବଂ ଅଗଷ୍ଟ ୪ରେ ରାମ ନାମ ପାଠ କରାଯିବ ।
ଅଗଷ୍ଟ ୫ ରେ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜା ପାଇଁ ଅତିଥିଙ୍କ ତାଲିକାରେ ପରିବର୍ତ୍ତନ କରାଯାଇଛି । ଅତିଥି ରୂପେ କେବଳ ୧୭୦ ଲୋକଙ୍କୁ ଆମନ୍ତ୍ରିତ କରାଯାଇଛି । କରୋନା କଟକଣା ପାଇଁ ଅଧିକାଂଶ ଲୋକ ସମାଗମ ଉପରେ କଟକଣା ଲଗାଯାଇଛି । ପୂର୍ବରୁ ସାମିଲ କରାଯାଇଥିବା ବିଜେପିର ଅନେକ ନେତା ଓ ସନ୍ଥଙ୍କ ନାଁ ଏହି ଅତିଥି ତାଲିକାରୁ ହଟାଇ ଦିଆଯାଇଛି ।ତ୍ତ