ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ୧୯ ଟୀକାକୁ ଦେଶରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ପରୀକ୍ଷଣ କରିବା ଲାଗି ଡିସିଜିଆଇ (ଭାରତୀୟ ଔଷଧୀ ମହାନିୟନ୍ତ୍ରକ) ପକ୍ଷରୁ ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) କୁ ଅନୁମତି ଦିଆଯାଇଛି ।
ଏନେଇ ସରକାରୀ ଅଧିକାରୀ କହିଛନ୍ତି କି, ରବିାବର ବିଳମ୍ବିତ ରାତିରେ ଏସଆଇଆଇ କୁ ଏହି ମଞ୍ଜୁରୀ ଔଷଧୀ ମହାନିୟନ୍ତ୍ରକ ଡାଃ ଭି.ଜି ସୋମାନୀ ଦେଇଛନ୍ତି । ଏହା ପୂର୍ବରୁ ସେ କୋଭିଡ୧୯ର ବିଷୟ ବିଶେଷଜ୍ଞ ସମିତିର ସୁପାରିଶ ଉପରେ ବିଚାର ବିମର୍ଶ କରିଥିଲେ ।
ବରିଷ୍ଠ ଅଧିକାରୀ କହିଛନ୍ତି କି, କମ୍ପାନୀର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ ପୂର୍ବରୁ ସୁରକ୍ଷା ସମ୍ବନ୍ଧୀୟ ଡାଟା କେନ୍ଦ୍ରୀୟ ଔଷଧୀ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ନିକଟରେ ଜମା କରିବାକୁ ପଡିବ, ଯାହାର ମୂଲ୍ୟାଙ୍କନ ଡାଟା ସୁରକ୍ଷା ତଦାରଖ ବୋର୍ଡ (ଡିଏସଏମବି) କରିଥିବ ।
ସେ ସୂଚନା ଦେଇଛନ୍ତି କି, ଗବେଷଣାରେ ସାମିଲ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚାରି ସପ୍ତାହ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ଏହାପରେ ନିର୍ଦ୍ଧାରିତ ହୋଇଥିବା ସୁରକ୍ଷା ଏବଂ ପ୍ରତିରକ୍ଷାଜନତ୍ୱର ଆକଳନ କରାଯିବ ।
ସିଡିଏସସିଓର ବିଶେଷଜ୍ଞ ପ୍ୟାନେଲ ପକ୍ଷରୁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷଣରୁ ମିଳିଥିବା ଡାଟା ଉପରେ ବିଚାର ବିମର୍ଶ କରିବା ପରେ କୋଭିଶତଲ୍ଡ କୁ ଭାରତରେ ସୁସ୍ଥ ବୟସ୍କଙ୍କ ଉପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମଞ୍ଜୁରୀ ଦିଆଯାଇଛି ।
ଅକ୍ସଫୋର୍ଡ ଦ୍ୱାରା ବିକସିତ ଏହି ଟୀକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏବେ ବ୍ରିଟେନରେ ଚାଲିଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବ୍ରାଜିଲରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଦକ୍ଷୀଣ ଆଫ୍ରିକାରେ ଚାଲିଛି ।