ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସମେତ ଦୁନିଆର କୋଣ ଅନୁକୋଣରୁ ଗୁଞ୍ଜରିତ ହେଉଛି ରାମ ନାମ । ଆଜି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣର ଭୂମି ପୂଜନ । ଏହି ଉତ୍ସବ କୌଣସି ବଡ ଉତ୍ସବରୁ କମ ନୁହେଁ । ସେହିପରି ଭୂମିପୂଜାରେ ଭିତ୍ତ ିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦି । ରାମ ଭକ୍ତଙ୍କ ଅନେକ ବର୍ଷର ସ୍ୱପ୍ନ ପୁରଣ ହେବାକୁ ଯାଉଛି । ରାମନଗରୀ ଅଯୋଧ୍ୟାରେ ଏହା ରାମ କଥାର ନୂତନ ଅଧ୍ୟାୟ । ଏହି ଅବସରରେ ପୁରା ନବବଧୂ ପରି ସଜେଇ ହୋଇଛି ଅଯୋଧ୍ୟା । ରଙ୍ଗ ବେରଙ୍ଗର ପତାକାରେ ଝଲସୁଛି ରାମନଗରୀ । ଆଉ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ଜୟଶ୍ରୀରାମ । କେବଳ ରାମନଗରୀ ନୁହେଁ ଏବେ ପୁରା ସୋସିଆଲ ମିଡିଆରେ ଛାଇଛି ରାମ ନାମର ଶୁଭେଚ୍ଛା ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାମ ସିଂହ ଚୌହାନ କହିଛନ୍ତି କି, ୫୦୦ ବର୍ଷ ପୂର୍ବେ ଯେଉଁ ମହାଯଜ୍ଞର ପ୍ରାରମ୍ଭ ହୋଇଥିଲା ତାର ପୂର୍ଣ୍ଣାହୁତି ଆଜି ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ କରକମଳରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦୀରର ଭିତ୍ତି ପ୍ରସ୍ତର ସ୍ଥାପନା କରାଯିବ । ଦୃଢ ଇଛା ଶକ୍ତି ଏବଂ ସଂକଳ୍ପଶକ୍ତିର ପରିଚୟ ଦେଇଛନ୍ତି ମୋଦି ଜୀ । ସାରା ଦେଶ ତାଙ୍କର ଅଭିନନ୍ଦନ କରୁଛି ।
500 वर्ष पहले जो महायज्ञ प्रारम्भ हुआ, उसकी पूर्णाहुति आज होने जा रही है।
प्रधानमंत्री श्री @narendramodi के करकमलों से अयोध्या में श्रीराम मंदिर की आधारशिला रखी जायेगी।
मोदी जी ने दृढ़ इच्छाशक्ति और संकल्पशक्ति का परिचय दिया है। सारा देश उनका अभिनंदन करता है! #JaiShriRam pic.twitter.com/r0JEiaYw1i
— Shivraj Singh Chouhan (@ChouhanShivraj) August 5, 2020
ବିଜେପିର ରାମ ମାଧବ କହିଛନ୍ତି କି, ୧୩୦ କୋଟି ଲୋକଙ୍କ ପାଇଁ ଆଜିର ଦିନ ଆନନ୍ଦମୟ ହେବା ଉଚିତ୍ । ଯେଉଁଠି ଭଗବାନ ରାମଙ୍କ ଜନ୍ମ ହୋଇଥିଲା ସେହି ସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଦେଶର ମୂଳ ଏବଂ ବିରାସତର ପ୍ରତିକ ହେଉଛନ୍ତି ଭଗବାନ ରାମ । ଦେଶରେ ରହୁଥିବା ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଆଦର୍ଶ ପୁରୁଷ ହେଉଛନ୍ତି ପ୍ରଭୁ ରାମ ।
ଅଯୋଧ୍ୟାରୁ ରାମଦେବ ବାବା କହିଛନ୍ତି କି, ଅଗଷ୍ଟ ୫ ତାରିଖ ଦେଶର ଐତିହାସିକ ତାରିଖ । ଆଜିର ଦିନ ସବୁଦିନ ପାଇଁ ମନେ ରହିବ । ଭାରତ ରାମ ରାଜ୍ୟରେ ପ୍ରବେଶ କରୁଛି ।
ବିଜେପି ନେତା ଉମା ଭାରତୀ କହିଛନ୍ତି କି, ସମସ୍ତଙ୍କୁ ଏକ୍ କରିଦେଲା ଅଯୋଧ୍ୟା । ଏବେ ଏହି ଦେଶ ସାରା ଦୁନିଆ ଆଗରେ ମୁଣ୍ଡ ଉଠାଇ କହିବ କି ଏଠାରେ କୌଣସି ଭେଦଭାବ ନାହିଁ ।