ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଭିଡ୧୯ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୮ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ଗୁଜରାଟର ଅହମଦାବାଦରେ ଏକ ହସ୍ପିଟାଲରେ ଘଟିଛି । ଅହମଦାବାଦର ଶ୍ରେୟ ନାମକ ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରାଯାଇଛି । ଏହି ହସ୍ପିଟାଲରେ ପ୍ରାୟତଃ ୫୦ ରୋଗୀ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲରେ ନିଆଁ ଲାଗିଯାଇଛି । ଏହାପରେ ୩୫ ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ବିଳମ୍ବିତ ରାତିରେ ହସ୍ପିଟାଲର ଆଇସିୟୁ ରେ ଅଚାନକ୍ ନିଆଁ ଲାଗି ଯାଇଥିଲା । ମାତ୍ର ନିଆଁ କିଭଳି ଲାଗିଲା ସେନେଇ ଏପର୍ଯ୍ୟ କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ଏନେଇ ଏବେ ତଦନ୍ତ ଚାଲିଛି ।